ଶାସଙ୍ଗରେ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାସଙ୍ଗ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ମାୟାଧର ଜେନା, ପୁର୍ବତନ ଜିଲ୍ଲା ସଭାପତି ତଥା ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ବିଜେଡି ନେତା ନାରାୟଣ ଜେନା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ, ଭୀମସେନ ନାୟକ, ମହେଶ୍ୱର ସା, ଶିଶିର କୁମାର ବିଶ୍ୱାଳ, ମାନସ କୁମାର ବିଶ୍ୱାଳ, ଜିତନ ରାଉତ, ଉପେନ୍ଦ୍ର କୁମାର ସେନାପତି, ରାଜ କିଶୋର ସା, ରବିନ ପାଢ଼ୀ, ଦିଲ୍ଲିପ କୁମାର ଜେନା, ସନ୍ତୋଷ କୁମାର ଜେନା, ଖଗେଶ୍ୱର ବାରିକ, ବଳରାମ ଜେନା, ବାବୁଲି ନାୟକ, ବଟକୃଷ୍ଟ ନାୟକ, ବାପୁଜୀ ସା, ବିଜୟ ନାୟକ, ସୁଜିତ ନାୟକ, ନରହରି କୁଅଁର, ପ୍ରଦୀପ ଜେନା, ରାଜ କିଶୋର ରାଉତ, ସୁଜିତ ବିଶ୍ୱାଳଙ୍କ ସମେତ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ବିଜୁ ବାବୁଙ୍କ ଜୀବନାଦର୍ଶ ଉପରେ ପୁର୍ବତନ ବିଧାୟକ ମାୟାଧର ଜେନା, ବିମ୍ବାଧର ବିଶ୍ୱାଳ ପ୍ରମୁଖ ଆଲୋକପାତ କରିଥିଲେ । ପରେ ଦୁଇ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ