ଶାସଙ୍ଗରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ

ହାଟଡ଼ିହି,(ବିକାଶ ବିଶ୍ୱାଳ ) : ଶାସଙ୍ଗ ଠାରେ ପ୍ରତିବର୍ଷ ପରି ଚଳିତବର୍ଷ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ତିନିଦିନ ପାଇଁ ହେବାକୁ ଥିବା ଏହି ଯଜ୍ଞ ପାଇଁ ଆଜି ମଧ୍ୟାହ୍ନରେ ବାଲିଆ ପୋଖରୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ପଦ୍ମନାଭ ପଣ୍ଡା, ଶଶିକାନ୍ତ ମିଶ୍ର, ବାଇଧର ପାଢ଼ୀ, ଉଚ୍ଛବ ଚନ୍ଦ୍ର ପାଢ଼ୀଙ୍କ ଦ୍ୱାରା ବୈଦିକ ରିତୀନୀତି ମତେ ପୂଜାର୍ଚ୍ଚନା କରାଯାଉଛି । ତପୋଧନ ସ୍ୱାଇଁ, କୁମୁଦୁନୀ ସାମଲ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବା ବେଳେ ଦୁର୍ଯ୍ୟୋଧନ ବିଶ୍ୱାଳ, ବୀରଭଦ୍ର ବିଶ୍ୱାଳ, ପର୍ଶୁରାମ ନାୟକ, କାଠି ପ୍ରଧାନ, ନିତ୍ୟାନନ୍ଦ ପାଢ଼ୀ, ଖଗେଶ୍ୱର ବାରିକ, ସୁବୋଧ ଆୟଚ, ନରହରି କୁଅଁର, ମଧୁସୁଦନ ସୁବୁଦ୍ଧି, ଟିକୁ ଆୟଚ, ଦର୍ପଦଳନ ଆଚାର୍ଯ୍ୟ, ଚଗୁଲୁ ନାୟକ, ଜଗନ୍ନାଥ ବିଶ୍ୱାଳ ସହକର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ନାମ ସଙ୍କିର୍ତ୍ତନା, ଭଜନ ସମାରୋହ, ପ୍ରବଚନ ପ୍ରଭୃତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସମସ୍ତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ଆସନ୍ତା କାଲି ଦିନ ତମାମ ହୋମଯଜ୍ଞ ଓ ୨୭ତାରିଖରେ ପୁର୍ଣ୍ଣାହୁତୀ ପ୍ରଦାନ କରାଯିବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ