ଶାସଙ୍ଗରେ ଭାଗବତ ଜନ୍ମ ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ଠାରେ ଭାଗବତ ଜନ୍ମ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ସଞ୍ଜିବ କୁମାର ସ୍ୱାଇଁ, ଖଗେଶ୍ୱର ବାରିକ, ପ୍ରଫୁଲ ନାୟକଙ୍କ ଦ୍ୱାରା ବାଲିଆ ପୋଖରୀରୁ ଘଟ୍ଟୋତ୍ତଳନ କରାଯାଇ ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇ ପଣ୍ଡିତ ଚିନ୍ତାମଣି ପାଢ଼ୀ ଓ ମୋହନ ପାଢ଼ୀଙ୍କ ଦ୍ୱାରା ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା । ଏହି ଅବସରରେ ପଣ୍ଡିତ ପଦ୍ମନାଭ ପଣ୍ଡାଙ୍କ ଦ୍ୱାରା ଭାଗବତ ପାଠ କରାଯାଇଥିବା ବେଳେ କାଠିଆସରା ମହିଳା ଭାଗବତ ଟୁଙ୍ଗିର କର୍ମକତ୍ତାଙ୍କ ଦ୍ୱାରା ଭାଗବତ ଚର୍ଚ୍ଚା ଓ ଭଜନ କିର୍ତ୍ତନ କରାଯାଇଥିଲା । ଏହି ଅବସରରେ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ସଞ୍ଜୟ ସ୍ୱାଇଁ, ଅନାଦି ଚରଣ ବିଶ୍ୱାଳ, ଚୈତନ ଘଡେଇ, ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଦୁର୍ଯେ୍ୟାଧନ ବିଶ୍ୱାଳ, ସନାତନ ବେହେରା, ମଧୁସୁଦନ ସାମଲ, ନିରଞ୍ଜନ ବିଶ୍ୱାଳ, ସୁବାସ ବିଶ୍ୱାଳ, ବାବନ ସାହୁ, ପ୍ରତାପ ସ୍ୱାଇଁ, କହ୍ନେଇ ଯେନା, ପୁର୍ଣ୍ଣଚନ୍ଦ୍ର ଯେନା, ସନାତନ ଯେନା, ବିକଳ ଯେନା, ସତ୍ୟାନନ୍ଦ ଯେନା, ସୁରଥ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶାସଙ୍ଗ ଗ୍ରାମବାସୀମାନେ ସହଯୋଗ କରିଥିଲେ ।


