ଶାସଙ୍ଗରେ ମା ମଙ୍ଗଳା ମନ୍ଦିରର ପ୍ରତିଷ୍ଠା ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟହି ବ୍ଲକ ଶାସଙ୍ଗ ଗ୍ରାମରେ ମା ମଙ୍ଗଳାଙ୍କ ନୁତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚକ୍ରଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବରେ କାର୍ତ୍ତିକେଶ୍ୱର ସାହୁ ଓ ଭାରତୀ ସାହୁ କର୍ତ୍ତା କର୍ତ୍ତୀ ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । ସକାଳୁ ଘଟ୍ଟୋତ୍ତଳନ କରାଯାଇ ଯଜ୍ଞ ମଣ୍ଡପରେ କଳଶ ସ୍ଥାପନ କରାଯିବା ପରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ହୋମଯଜ୍ଞ କରାଯାଇଥିଲା । ପରେ ମନ୍ଦିର ପ୍ରତିଷ୍ଠା ଓ ମା”ଙ୍କ ବିଗ୍ରହ ସ୍ଥାପନ କରାଯିବା ସହିତ ଜୀବନ୍ୟାଶ ଦିଆଯାଇଥିଲା । ଚନ୍ଦିରି ବିଶ୍ୱାଳ, ଅନାଦି ଚରଣ ବିଶ୍ୱାଳ, ଖଗେଶ୍ୱର ବାରିକ, ନରହରି କୁଅଁର, ପ୍ରଫୁଲ ନାୟକ, ବୀରଭଦ୍ର ବିଶ୍ୱାଳ, ରବିନ୍ଦ୍ର କୁମାର ସାହୁ, ପ୍ରାଣବଲ୍ଲବ ସାହୁ, ତପନ ସାହୁ, ଦିପୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ