ଶାସଙ୍ଗରେ ଲାଗିଲା ୨୫୦ କେଭି ଟ୍ରାନସ‌ଫରମର

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକ ଶାସଙ୍ଗ ଗ୍ରାମରେ ଟାଟା ପାୱାର ପକ୍ଷରୁ ୨୫୦କେଭି ଟ୍ରାନସଫରମର ବସାଯାଇଛି। ଗ୍ରାମରେ ପୂର୍ବରୁ ଥିବା ପୁରୁଣା ୬୩ କେଭି ଟ୍ରାନସଫରମରଟି ଅନେକ ସମୟରେ ଖରାପ ହେଉଥିବା ଓ ଅଧିକ ବ୍ୟବହାରକାରୀ ଥିବା କାରଣରୁ ଗ୍ରାମବାସୀ ମାନେ ଲୋ ଭୋଲଟେଜର ଶୀକାର ହେବା ସହିତ ନାନା ଅସୁବିଧା ଭୋଗ କରୁଥିଲେ। ନୁତନ ଟ୍ରାନସଫରମର ବସାଇବାପାଇଁ ଗ୍ରାମବାସୀ ମାନେ ଦାବି କରିଆସୁଥିଲେ। ଟାଟା ପାୱାର କର୍ତ୍ତୁପକ୍ଷ ଗ୍ରାମବାସୀଙ୍କ ଦାବିକୁ ସମ୍ମାନ ଦେଇ ଏକ ୨୫୦ କେଭି ଟ୍ରାନସଫରମର ଲଗାଇଛନ୍ତି। ଫଳରେ ଗ୍ରାମରେ ଲୋ ଭୋଲଟେଜ ସମସ୍ୟା ଦୁର ହୋଇପାରିଛି। ଏ ନେଇ ଗ୍ରାମବାସୀ ମାନେ ଟାଟା ପାୱାର କର୍ତ୍ତୁପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦୀର୍ଘବର୍ଷରୁ ଲାଗିଥିବା ପୁରୁଣା ବିଦ୍ୟୁତ ତାର ଗୁଡ଼ିକୁ ପରିବର୍ତ୍ତନ କରିବାପାଇଁ ବିଦ୍ୟୁତ ବ୍ୟବହାରକାରୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ