ଶାସଙ୍ଗ ଓ ହାଟଡିହିରେ ବିକାଶିତ ଭାରତ ସଙ୍କଳ୍ପ ରଥକୁ ବିପୁଳ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ଓ ହାଟଡିହି ପଞ୍ଚାୟତରେ ଆଜି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥ ପରିକ୍ରମା କରିଛି । ଶାସଙ୍ଗ ପଞ୍ଚାୟତକୁ ରଥ ପ୍ରବେଶ କରିବା ସମୟରେ ବ୍ଲକ ନୋଡାଲ ଅଫିସର ଭୁବନେଶ୍ୱର ମହାପାତ୍ର, ସରପଞ୍ଚ ମଧୁମିତା ସ୍ୱାଇଁ, ସମିତିସଭ୍ୟ ଜଗଦାନନ୍ଦ ଜେନା, ପିିଇଓ ଶରତ କୁମାର ବେଜ, ବ୍ଲକର ସି.ପି ସୁବ୍ରତ ନାୟକ, ଏ.ସି.ପି ପ୍ରଶାନ୍ତ କୁମାର ସେଠୀ, ଗ୍ରାମ୍ୟ କୃଷି କର୍ମଚାରୀ କେଦାରନାଥ ଭୋଳ, ସ୍ୱାସ୍ଥ୍ୟ ବିଭାଗର ସି.ଏଚ.ଓ ଶିଳ୍ପା ସ୍ୱାଇଁ, ମହିଳା ସ୍ୱାସ୍ଥ୍ୟକର୍ମୀ ଶାସ୍ୱତୀ ପ୍ରୀୟଦର୍ଶନୀ ନାୟକ, ଏଲ.ଏଚ.ଭି ନିରୁପମା ଦାଶ, ଆଶାକର୍ମୀ ଅପର୍ଣ୍ଣା ବେହେରା, ଅଙ୍ଗନବାଡି କର୍ମୀ ସୁଚିସ୍ମୀତା ବେହେରା, ଜିପିଏଲଓ ସଞ୍ଜୁଲତା ମଲ୍ଲିକ ପ୍ରମୁଖଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା, ଏସ,ଏସ.ଜି ଗ୍ରୁପର ମହିଳା ଓ ପଞ୍ଚାୟତର ଶତାଧିକ କର୍ମୀ ଫୁଲ, ଧୁପ, ଦ୍ୱୀପଦେଇ ବନ୍ଦାପନା କରିବା ସହିତ ଶଙ୍ଖ ହୁଳହୁଳି ଦେଇ ରଥକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ଏଲ.ଇ.ଡି ମାଧ୍ୟମରେ ମୋଦୀ ସରକାଙ୍କଙ୍କ ବିଭିନ୍ନ ଜନହୀତକର ଯୋଜନା ଗୁଡିକର କିପରି ସଫଳ ରୁପାୟନ ହୋଇପାରିଛି ସେ ସମ୍ପର୍କରେ ପ୍ରଦର୍ଶିର୍ତ କରାଯାଇଥିଲା । ବିଶେଷକରି ଆସନ୍ତା ୨୦୪୭ ମସିହା ସୁଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସପଥପାଠ କରିଥିଲେ । ଏଥିରେ ବ୍ଲକ ସଂଯୋଜକ ସୁଶାନ୍ତ କୁମାର ଜେନା, ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମଣ୍ଡଳ ସଭାପତି ହରମୋହନ ଶାସିନି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ହାଟଡିହି ପଞ୍ଚାୟତରେ ରଥ ପ୍ରବେଶ କରିବାପରେ ହାଟଡିହି ପଞ୍ଚାୟତ ପକ୍ଷରୁ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପିଇଓ ଶରତ କୁମାର ବେଜଙ୍କ ସଂଯୋଜନାରେ ସମିତିସଭ୍ୟ କୈଳାଶ ରାଉତ, ସମାଜସେବୀ କାମପାଳ ନାୟକ, ଜିଆରଏସ ଗଣେଶ୍ୱର ସାହୁ, ସିପି ସୁବ୍ରତ ନାୟକ, ଜୀବନ ରାଉତ, ପ୍ରଶାନ୍ତ ସେଠୀ, ଗ୍ରାମ୍ୟ କୃଷି କର୍ମଚାରୀ ଅଙ୍ଗନବାଡି ସୁପରଭାଇଜର ଜ୍ୟୋତ୍ସ୍ନାମୟୀ ଜେନା, କେଦାରନାଥ ଭୋଳଙ୍କ ସମେତ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଢ଼ୋଲ ବଜାଇ ଶଙ୍ଖ ହୁଳହୁଳି ମାଧ୍ୟମରେ ରଥକୁ ସ୍ୱାଗତ କରିଥିଲେ । ପରେ ଏଲ.ଇ.ଡି ମାଧ୍ୟମରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୁପାୟନ ସମ୍ପର୍କରେ ପ୍ରଦର୍ଶିତ କରାଯାଇଥିଲା ।


