ଶାସଙ୍ଗ ଗ୍ରାମରେ ଗଣେଷ ପୂଜା ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସାଙ୍ଗ ଗ୍ରାମର ଶିଖରେଶ୍ୱର କ୍ଲବ ପକ୍ଷରୁ ଗଣେଷ ପୁଜା ପାଳିତ ହୋଇଯାଇଛି l କ୍ଲବ ର ସଦସ୍ୟ ମାନେ ଦିବା ୧୨ ଘଟିକା ସମୟରେ ଗ୍ରାମ ପୁଷ୍କରଣୀରୁ ଘତ୍ତ୍ତୋତ୍ତଳନ କରି କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ପୂଜା ମଣ୍ଡପରେ କଳଶ ସ୍ଥାପନା କରିଥିଲେ । ପଣ୍ଡିତ ଜଗବନ୍ଧୁ ପାଢ଼ୀ ପୂଜାକାର୍ଯ୍ୟ ସମାପନ କରିଥିବା ବେଳେ ରାଜେନ୍ଦ୍ର ବେହେରା କର୍ତ୍ତା ଭାବେ ଯୋଗଦେଇ ଥିଲେ l ସତ୍ୟବ୍ରତ ଯେନା, ମାନସ କୁମାର ବିଶ୍ବାଳ, ଲଳିତ ବିଶ୍ଵାଳ, ରବିନ୍ଦ୍ର ସ୍ବାଇଁ , ଜିତନ ରାଉତ, ଦିପୁନା ସୁବୁଦ୍ଧି, ସୌମ୍ୟରଞ୍ଜନ ଆଚାର୍ଯ୍ୟ, ତାପସ କୁମାର ସାହୁ, ଅଶୋକ ବେହେରା, ବିକାଶ ବିଶ୍ବାଳ,ଉତ୍ତମ ସାହୁ, ରଞ୍ଜିତ ବିଶ୍ବାଳ, ବାରିଜ ସ୍ବାଇଁ, ଚୈତନ୍ୟ ପୁହାଣ, ସୁଜିତ ବେହେରା ପ୍ରମୁଖ କ୍ଲବ ସଦସ୍ୟମାନେ ଯୋଗଦେଇ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ