ଶାସଙ୍ଗ ଛକରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ
ହାଟଡିହିି, (ବିକାଶ ବିଶ୍ୱାଳ:)ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ଶାସଙ୍ଗ ଛକରେ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ୩୭ନମ୍ବର ଜେନାର ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ମାୟାଧର ଜେନା, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ଅକ୍ଷୟ କୁମାର ବରାଳ, ନାରାୟଣ ଜେନା, ବିମଳ କିଶୋର ଜେନା, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ ରାଉତ, ଇଂ ବଳରାମ ମଲ୍ଲିକ, ଦିପ୍ତୀ ରଞ୍ଜନ ଦାସ, ନିରଞ୍ଜନ ମହାପାତ୍ର, ରବିନ୍ଦ୍ର କୁମାର ପାଢ଼ୀ, ମାନସ ବିଶ୍ୱାଳ, ପ୍ରଶାନ୍ତ ରାଉତ, ଶିଶିର କୁମାର ବିଶ୍ୱାଳ, ଶଶିକାନ୍ତ ପ୍ରଧାନ, ରବିନ୍ଦ୍ର ପାତ୍ର, ରମେଶ ଦାସ, ନବଘନ ସାହୁ,କାହ୍ନୁ ସା, ବିଜୟ ନାୟକ, ରବିନ୍ଦ୍ର ଖଟୁଆ,ବାପୁଜି ସାଙ୍କ ସମେତ ଶତାଧିକ ବିଜେପି ନେତା ଓ କର୍ମୀ ଯୋଗଦେଇ ସ୍ୱର୍ଗତ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ଜୀବନାଦର୍ଶ ଉପରେ ଆଲୋପାତ କରିଥିଲେ । ବିଶେଷକରି ବିଜୁବାବୁଙ୍କ ଜନ୍ମ୍ରଦିନକୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରି ରାଜ୍ୟ ସରକାର ଉପଯୁକ୍ତ ସମ୍ମାନ ଦେଇଥିବାବେଳେ ସ୍ୱର୍ଗତ ବିଜୁବାବୁଙ୍କ ଭାରତ ପ୍ରତିଥିବା ଅବଦାନ ପାଇଁ ତାଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରିବାକୁ ପୁର୍ବତନ ବିଧାକ ମାୟାଧର ଜେନା ଦାବି କରିଥିଲେ । ଏହି ଅବସରରେ ବିଜେଡି ସୁପ୍ରୀମୋ ନବୀନ ବାବୁଙ୍କ ନିର୍ଦ୍ଦେଶାନୁଯାଇ ସମସ୍ତ ବିଜେଡି କର୍ମୀମାନେ ସପଥପାଠ କରିଥିଲେ ।


