ଶାସଙ୍ଗ ପଞ୍ଚାୟତରେ କୋଭିଡ ଟୀକାକରଣ ଶିବିର

ହାଟଡିହି, (ବିକାଶ ବିଶ୍ୱାଳ): ଶାସଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ ଓ ବିପିଏମ ଚନ୍ଦନ କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ୩୪୦ଜଣ ଲୋକଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶିବିରରେ ସୁପ୍ରଭା ବଳ, ସ୍ନେହମୟୀ ମିଶ୍ର, ଶାଶ୍ୱତୀ ପ୍ରୀୟଦର୍ଶନୀ ନାୟକ, ବିଶ୍ୱକେଶନ ଦାସ,ତପୋଧନ ସାହୁ, ମହିଳା ପରିଦର୍ଶିକା ନିରୁପମା ଦାସ, ସ୍ୱାସ୍ଥ୍ୟକର୍ମୀ ଟୁକୁନୁ ଜେନା, ଆଶା କର୍ମୀ ଅପର୍ଣ୍ଣା ବେହେରା, ଅଙ୍ଗନବାଡି କର୍ମୀ ମମତାମୟୀ ବେହେରା ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ଟୀକା ପ୍ରଦାନ କରିଥିଲେ । ଟୀକା ନେବାକୁ ଆସୁଥିବା ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଧାଡିରେ ଯାଇ ଟୀକା ନେଉଥିବା ଦେଖିବାକୁ ମିଳିଥିଲା । ବଳରାମ ବିଶ୍ୱାଳ, ରବିନ୍ଦ୍ର କୁମାର ପାତ୍ର, ସୁବୋଧ ଆୟଚ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ହାଟଡିହି ବ୍ଲକର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସେମାନଙ୍କ ଦ୍ୱୀତିୟ ଡୋଜ ଟୀକା ପ୍ରଦାନ କରାଯାଇଥିଲା । ସେହିପରି ଆଜି ଶାଳଣିଆଁ ପଞ୍ଚାୟତ କାର୍ଯ୍ୟାଳୟରେ ୨୩୫, ଟୁକୁଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪୦, କଳିଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ୨୫୧ ଓ ଶଙ୍କଣା ନୋଡାଲ ସ୍କୁଲରେ ୨୪୦ ଜଣ, ବାରିଗାଁ ଏମଇ ସ୍କୁଲରେ ୨୪୬ଜଣଙ୍କୁ ଟୀକା ଦିଆଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ