ଶାସଙ୍ଗ ପଞ୍ଚାୟତ ଓ ସମବାୟ ସମିତିରେ ସ୍ୱାଧିନତା ଦିବସ ପାଳିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ଓ ନବ ଗଠିତ ସମବାୟ ସମିତିରେ ୭୭ତମ ସ୍ୱାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମିତା ସ୍ୱାଇଁ ଶାସଙ୍ଗ ପଞ୍ଚାୟତକୁ ଏକ ବିକଶିତ ପଞ୍ଚାୟତ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିବାବେଳେ ୱାର୍ଡସଭ୍ୟ ସଭ୍ୟାମାନେ ଦେଶପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ଜୟଗାନ କରିଥିଲେ । ସେହିପରି ନୁତନ ସମବାୟ ସମିତିରେ ପ୍ରଥମଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଇଂ ରବିନ୍ଦ୍ର କୁମାର ଜେନା ଯୋଗଦେଇ ଜାତୀୟ ସପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ ରବିନ୍ଦ୍ର କୁମାର ସାହୁ, ସମିତିସଭ୍ୟ ଜଗଦାନନ୍ଦ ଜେନା, ପିଇଓ ଶରତ କୁମାର ବେଜ, ରବିନ୍ଦ୍ର ନାୟକ, ନାଏବ ସରପଞ୍ଚ ପ୍ରତାପ ଘଡେଇ, ନିରଞ୍ଜନ ବିଶ୍ୱାଳ, ସୁଦାମ ଚରଣ ସେଠୀ, ଦୀପକ କୁମାର ସେଠୀ, ଗାୟତ୍ରୀ ନାୟକ, କଳ୍ପନା ଜେନା, ପୁଷ୍ପଲତା ଜେନା, ଚନ୍ଦ୍ରମଣୀ ଜେନା, ନରେନ୍ଦ୍ର ସାମଲ, ଅନ୍ନପୁର୍ଣ୍ଣା ବେହେରା, ବସନ୍ତ ବେହେରା, ରବିନ୍ଦ୍ର କୁମାର ଜେନା, ସୁଧାକର ସା, ଉଦୟନାଥ ସା, ରବିନ୍ଦ୍ର କୁମାର ସ୍ୱାଇଁ, ରଞ୍ଜନ କୁମାର ସା, ସୁଧାଶୁଂ ଶେଖର ବିଶ୍ୱାଳ, ସରୋଜକାନ୍ତ ଲେଙ୍କା, ରାଜେନ୍ଦ୍ର ବେହେରା, ସୁବୋଧ ଆୟଚ, ତପନ କୁମାର ସାହୁ, ଅଶ୍ରୁ ମୋଚନ ବିଶ୍ୱାଳ, ଜଗନ୍ନାଥ ପାଢ଼ୀ, ପ୍ରମୋଦ ବିଶ୍ୱାଳ ପ୍ରମୁଖଙ୍କ ସହିତ ଶାସଙ୍ଗ ପଞ୍ଚାୟତ ମିଶନ ଶକ୍ତିର ସମସ୍ତ ସଦସ୍ୟାମାନେ ଯୋଗଦେଇଥିଲେ ।


