ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ଶିଶୁଦିବସ
ହାଟଡ଼ିହି, : ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ତଥା ଜାମୁଜୋଡି ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ଅନାଦି ଚରଣ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆଦର୍ଶବାଦୀ ହେବାକୁ ଆହ୍ୱାନ ଦେଇଥିଲେ । ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସହକାରୀ ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବାପାଇଁ ମାର୍ଗଦର୍ଶନ କରାଇଥିଲେ । ଏହି ଅବସରରେ ନେହେରୁଙ୍କ ଜୀବନ ଦର୍ଶନ ସମ୍ବନ୍ଧିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବାସହ ଏଥିରେ କୃତ୍ତିତ୍ୱ ହାସଲ କରିଥିବା ଲକ୍ଷ୍ମୀପ୍ରୀୟା ସାମଲ, ସ୍ମୃତିମୟୀ ଜେନା, ମଧୁସ୍ମିତା ବିଶ୍ୱାଳ ପ୍ରମୁଖଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶିକ୍ଷକ ନବ କିଶୋର ବିଶ୍ୱାଳ, ପଦ୍ମନାଭ ପଣ୍ଡା, ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରଦୀପ କୁମାର ସ୍ୱାଇଁ, ରମେଶ କୁମାର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।