ଶାସଙ୍ଗ ବାଇଧର ନୋଡାଲ ସ୍କୁଲରେ ଶିଶୁ ମହୋତ୍ସବ ସୁରଭୀ ୨୦୧୯

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ଶାସଙ୍ଗ ଠାରେ ଥିବା ବାିଧର ନୋଡାଲ ସ୍କୁଲ ପରିସରରେ ଶାସଙ୍ଗ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛେନାପଦି, ଶାସଙ୍ଗ, ଅସିଆ, ବଡତୀରା, ଗୋପାଳପୁର, ପନ୍ଦାଡୋ, ବୈଦାଖିଆ ଆଦି ସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ସିଆରସିସି ଅକ୍ଷୟ ଖଟୁଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପ୍ରଧାନ ଶିକ୍ଷୟତ୍ରୀ କୁମୁଦୁନୀ ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଯାପନି ଉତ୍ସବରେ ପୁର୍ବତନ ବି.ଆର.ସି.ସି ତପୋଧନ ସ୍ୱାଇଁ, ଜାମୁଜୋଡି ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ଅନାଦି ଚରଣ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏକାଗ୍ରତା ହିଁ ଜୀବନକୁ ସଫଳତା ଆଣିଦିଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ପ୍ରତିଯୋଗୀତାରେ ବରିଷ୍ଠ ଓ କନିଷ୍ଠ ବିଭାଗ କରାଯାଇ ଚିତ୍ରାଙ୍କନ, କୁଇଜ, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ପ୍ରବନ୍ଧ, ତର୍କ ଆଦି ପ୍ରତିଯୋଗୀତା ମାନ କରାଯାଇଥିଲା । ଶିକ୍ଷକ ନିତ୍ୟାନନ୍ଦ ବାରିକ, ବିଦ୍ୟାଧର ତରେଇ, ନିରାକାର ଜେନା, କାର୍ତ୍ତିକେଶ୍ୱର ଜେନା, ପୁର୍ଣ୍ଣଚନ୍ଦ୍ର ଓଝା, ପ୍ରତିମା ନାୟକ, ବିଦ୍ୟୁତପ୍ରଭା ରାଉତ, ଗଜେନ୍ଦ୍ର ପ୍ରସାଦ ଧାମୋଡିଆ, ବିଦୁ ଭୂଷଣ ବରାଳ, ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିବାବେଳେ ସମାଜସେବୀ ରାଜୀବ କୁମାର ଜେନା, ଲଳିତ କୁମାର ବିଶ୍ୱାଳ, ମାମିନା ପ୍ରଧାନ, ଜୟଶ୍ରୀ ରାଉତ, ଅନ୍ନପୁର୍ଣ୍ଣା ପାଣିଗ୍ରାହୀ, ନଟବର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିବାଳନା କରିଥିଲେ । ତୃପ୍ତୀମୟୀ ଜେନା, ପୁଜାରାଣୀ ମହାନ୍ତ, ପୁଷ୍ପଲତା ସା, ଲକ୍ଷ୍ମୀପ୍ରୀୟା ସାମଲ, ସ୍ମୃତିରେଖା ସାହୁ, ମାମା ବେହେରା, ଶିବସୁନ୍ଦର ବେହେରା, ସୌମ୍ୟରଞ୍ଜନ ସା, ଚିତ୍ତେଶ୍ୱରୀ ବେହେରା, ସୁଧାଶୁଂ ଶେଖର ସେଠୀ, ଖ୍ରୀଷ୍ଟାବ୍ଦ ଖାରବେଳ ସ୍ୱାଇଁ ପ୍ରମୁଖ କୃତ୍ତି ଛାତ୍ରଛାତ୍ରୀଙ୍କୁ ମାନପତ୍ରଅ ସହ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ