ଶାସଙ୍ଗ ବିଶ୍ୱଶାନ୍ତି ମହାଯଜ୍ଞ ୧୧ରୁ
ହାଟଡିହି, (ବିକାଶ ବିଶ୍ୱାଳ):ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଶାସଙ୍ଗ ଗ୍ରାମରେ ତିନିଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୧୧ତାରିଖରୁ ୧୩ତାରିଖ ଯାଏଁ ତିନିଦିନ ବ୍ୟାପି ଏହି ଯଜ୍ଞ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁର୍ଯ୍ୟୋଧନ ବିଶ୍ଵାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କାହ୍ନୁ ଚରଣ ପାଢ଼ୀ, ତପୋଧନ ସ୍ୱାଇଁ, ମୋହନ ଚରଣ ପାଢ଼ୀ, ବିମ୍ବାଧର ବିଶ୍ଵାଳ, ବନ ବିହାରୀ ବେହେରା, ପ୍ରଣବଲ୍ଲବ ବିଶ୍ଵାଳ, ରମାକାନ୍ତ ବିଶ୍ଵାଳ, ଅନାଦି ଚରଣ ବିଶ୍ଵାଳ, ଜଗବନ୍ଧୁ ରାଉତ, ଖଗେଶ୍ୱର ବାରିକ, ଶାନ୍ତନୁ ରାଉତ, ଚକ୍ରଧର ସାହୁ, ଶିଶିର ବିଶ୍ବାଳ, କିଶୋର ଆଚାର୍ଯ୍ୟ, ସୁଧାଂଶୁ ବିଶ୍ବାଳ, ବସନ୍ତ ବେହେରା, ଦୁର୍ଗା ପ୍ରସାଦ ସ୍ୱାଇଁ, ସୁବୋଧ ଆୟଚ, ପର୍ଶୁରାମ ନାୟକ, ବୀରଭଦ୍ର ବିଶ୍ଵାଳ, ନରହରି କୁଅଁର ପ୍ରମୁଖ ଯୋଗଦେଇ , ଚଳିତ ବର୍ଷ ଏହି ଯଜ୍ଞ ଉତ୍ସବ କୁ ସରସ ସୁନ୍ଦର କରିବା ଦିଗରେ ଆଲୋଚନା କରିଥିଲେ। ମଙ୍ଗବାର ଦିନ ବାଲିଆ ପୋଖରୀ ରୁ ଘଟୋତ୍ତଳନ କରାଯାଇ କଲଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ହୋମଯଜ୍ଞ କରାଯିବ। ବୁଧବାର ଗୀତାପାଠ, ସହ ଦିନ ତମାମ ହୋମଯଜ୍ଞ କରାଯିବା ପରେ ଗୁରୁବାର ଦିନ ପୂର୍ଣ୍ଣାହୁତି ପ୍ରଦାନ କରାଯିବ। ତିନିଦିନ ବ୍ୟାପି ଅନ୍ନ ପ୍ରସାଦ ବଣ୍ଟନ ସହିତ ନାମ ସଂକୀର୍ତ୍ତନ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ନିଷ୍ପତି ନିଆ ଯାଇଛି।