ଶାସଙ୍ଗ ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ
ହାଟଡ଼ିହି, (ଯୁଗାବ୍ଦ ନୁୂ୍ୟଜ୍) : ପଞ୍ଚାୟତ ହାଇସ୍କୁଲ ଶାସଙ୍ଗଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷକ ନବ କିଶୋର ବିଶ୍ୱାଳ, ରାଧାକୃଷ୍ଣ ପତି, ମାଧବାନନ୍ଦ ଯେନା, ଶିଶିର କୁମାର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମେଜର ଧ୍ୟାନ ଚାନ୍ଦଙ୍କ ଜୀବନ ଦର୍ଶନ ବିଷୟରେ ଆଲୋକପାତ କରିଥିଲେ । ମାଧ୍ୟମିକ ସ୍କୁଲ ଗୁଡିକରେ କ୍ରୀଡାକୁ ବାଧ୍ୟତା ମୂଳକ କରାଗଲେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କର କ୍ରୀଡାପ୍ରତି ଅନୁରାଗ ବଢିବ ସେମାନେ ସେମାନଙ୍କ ପିଲାମାନଙ୍କୁ ଖେଳିବାକୁ ଛାଡିବେ, ଯେତେ ଅଧିକ ପିଲା ଆସିବେ ଓ ଆମେ ସେତେ ପ୍ରତିଭାବାନ କ୍ରୀଡାବିତ ପାଇପାରିବୁ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । ବିଦ୍ୟାଳୟର କ୍ରୀଡାଶିକ୍ଷକ ଶାନ୍ତୁନୁ କୁମାର ରାଉତ ହକି ସହିତ ଅନେକ ଖେଳ ସଂର୍ପକୀୟ ଉଦାହରଣ ଦେଇ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୨ଟି ବନ୍ଧୁତ୍ୱପୁର୍ଣ୍ଣ କବାଡି ଖେଳ ଅନୁଷ୍ଠିତ ହୋଇଥିଲା । ଏହାକୁ ପ୍ରଧାନ ଶିକ୍ଷକ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି କାଯ୍ୟକ୍ରମରେ ପ୍ରଦୀପ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ୱାଳ ଓ ପର୍ଶୁରାମ ନାୟକ ପ୍ରମୁଖ ସହଯୋଗ କରିଥିଲେ ।