ଶାସଙ୍ଗ ହାଇସ୍କୁଲରେ ଜାତୀୟ ପୁନିତ ସାଗର ଅଭିଯାନ କାର୍ଯ୍ୟକ୍ରମ
ହାଟଡିହି, (ବିକାଶ ବିଶ୍ୱାଳ) :ପଞ୍ଚାୟତ ହାଇସ୍କୁଲ ଶାସଙ୍ଗ ଠାରେ ଗତ ଏପ୍ରିଲ ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ଜାତୀୟ ପୁନିତ ସାଗର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସ୍ୱଚ୍ଛତା ହିଁ ସେବା’ ‘ପରିମଳତାର ପରିବେଶ’ ‘ସୁସ୍ଥତା ହିଁ ସୁନ୍ଦର ଜୀବନ’ର ବାର୍ତ୍ତା ବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀର କ୍ରାଡେଟ ମାନେ ପ୍ରଚାର କରୁଛନ୍ତି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଆବର୍ଜନା ସୁବିନିଯୋଗ, ପରିବା ଦୋକାନୀ, ଉଠାଦୋକାନୀ ମାନଙ୍କ ସହ ସେମାନଙ୍କ କର୍ମକ୍ଷେତ୍ରରେ ସୃଷ୍ଟି ହେଉଥିବା ଆବର୍ଜନାର ଉପଯୁକ୍ତ ବିନିଯୋଗ ପାଇଁ ସମର ଶିକ୍ଷାର୍ଥୀ ମାନସଙ୍କ ସହ କଥୋପକଥନ, ପଥପ୍ରାନ୍ତ ନାଟକ, ପ୍ଲାଗକାର୍ଡ ଶୋଭାଯାତ୍ରା, ସାଇକେଲ ର୍ୟାଲି, ବିଭିନ୍ନ ଚିତ୍ରାଙ୍କନ, ରଚନଦା ଲିଖନ, ବକ୍ତୃତା ମାଧ୍ୟମରେ ସଚେତନତାର ଜାଗରଣ ସୃଷ୍ଟି କରାଯାଇଥିଲା । ନଦୀ ପୋଖରୀର ଅବର୍ଜନା ଜନିତ ଅସୁବିଧା ଓ ସଫେଇ କାର୍ଯ୍ୟକ୍ରମ ମାଧ୍ୟମରେ କ୍ୟାଡେଟ ମାନେ ସୁସ୍ଥ ଭାରତର ଅଭିଯାନକୁ ଆଗେଇ ନେବାପାଇଁ ଏପରି କାର୍ଯ୍ୟକ୍ରମ ମାନ ଚାଲୁ ରଖିଛନ୍ତି । ଏନସିସି ଅଫିସର ଶିଶିର କୁମାର ବିଶ୍ୱାଳଙ୍କ ପ୍ରତ୍ୟେକ୍ଷତ୍ତତତ୍ୱାବଧାନରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ମାନଙ୍କ ଦ୍ୱାରା ଏହି କାର୍ଯ୍ରକ୍ରମ ପରିଚାଳିତ ହେଉଛି ।