ଶାସଙ୍ଗ ହାଇସ୍କୁଲରେ ମଧୁବାବୁ ଜୟନ୍ତୀ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ମଧୁବାବୁଙ୍କ ୧୭୪ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ହାଟଡିହି ସମ୍ବାଦ ସାହିତ୍ୟଘର ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ସମ୍ମାନୀତ ଅତିଥି ଭାବେ ୩୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗଦେଇ ସ୍ୱାଭିମାନ ଦିବସ ପାଳନର ତାତ୍ପର୍ଯ୍ୟ ଓ ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ ମଧୁବାବୁଙ୍କ କବିତା ଆବୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଲୋପାମୁଦ୍ରା ଷଡଙ୍ଗୀ, ଅରୋସ୍ମିତା ବାରିକ, ଚିତ୍ରେଶ୍ୱରୀ ବେହେରା ପ୍ରମୁଖ କୃତ୍ତିତ୍ୱ ହାସଲ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ସେମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ସାହିତ୍ୟଘରର ବରିଷ୍ଠ ଉପଦ୍ଦେଷ୍ଟା ରତ୍ନାକର ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଂଯୋଜକ କିଶୋର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସହ ସମ୍ପାଦକ ନାରାୟଣ ସାହୁ, ଉପଦ୍ଦେଷ୍ଟା ନାରାୟଣ ଚନ୍ଦ୍ର ଲେଙ୍କା, କବି ଅନନ୍ତ ଚରଣ ମୁଦୁଲି, ମୁରଲୀଧର ବେହେରା, ଅଭୟ କୁମାର ସାମଲ, ବିଶ୍ୱଜିତ ରାଉତ, ବନମାଳୀ ଜେନା, ବିଶ୍ୱ ପେରେଇ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଶିକ୍ଷକ ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ନବ କିଶୋର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ପ୍ରଦୀପ ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ