ଶାସଙ୍ଗ ହାଇସ୍କୁଲରେ ସ୍ୱାଭିମାନ ଦିବସ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ହାଇସ୍କୁଲ ପରିସରରେ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି । ହାଟଡିହିର ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ବରିଷ୍ଠ ଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ସମ୍ମାନୀତ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ତଥା ସାହିତି୍ୟକ ଅନ୍ତର୍ଯ୍ୟାମୀ ରାଉତ, ସମ୍ପାଦକ ତଥା କବି ଶ୍ରୀକାନ୍ତ ପଟ୍ଟନାୟକ, ବଉଳା ସାହିତ୍ୟ ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା, ଶିକ୍ଷାବିତ ତଥା ସହସମ୍ପାଦକ ନାରାୟଣ ଚନ୍ଦ୍ର ସାହୁ, କବି ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ଶିକ୍ଷକ ବିଷ୍ଣୁ ଚରଣ ସାହୁ, ମାଧବାନନ୍ଦ ଜେନା, ବନମାଳୀ ଜେନା, ହରିହର ସାମଲ, ସାମ୍ବାଦିକ ଗୋପାଳକୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ଓଡିଆ ସ୍ୱାଭିମାନର ପ୍ରତିକ ମଧୁବାବୁଙ୍କ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମଧୁବାବୁଙ୍କ ଜିବନୀ ଉପରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ କପୁଣ୍ଡି ଗ୍ରାମର ଲୋପାମୁଦ୍ରା ଷଡଙ୍ଗୀ ପ୍ରଥମ, ଶାସଙ୍ଗର ବିଶ୍ୱଶ୍ରୀ ବେହେରା ଦ୍ୱିତୀୟ, ଡଙ୍କୁରୀ ଗ୍ରାମର ତନ୍ମୟା ସେନାପତି ତୃତୀୟସ୍ଥାନ ହାସଲ କରିଥିଲେ । ଶିକ୍ଷକ ଶିଶିର କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମ୍ବାଦ ସାହିତ୍ୟଘରର ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।


