ଶାସଙ୍ଗ ହାଇସ୍କୁଲର ବାର୍ଷିକ କ୍ରୀଡା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗୀତାକୁ ହାଟଡିହି ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ ପ୍ରଦ୍ୱୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷାକୁ ଗୁରୁତ୍ୱ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପୁର୍ବିନ ପ୍ରଧାନ ଶିକ୍ଷକ ଅନାଦି ଚରଣ ବିଶ୍ୱାଳ, ବରିଷ୍ଠ ସମ୍ବାଦିକ କିଶୋର ଆଚାର୍ଯ୍ୟ, ସରକାରୀ ବାଇଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମୁଦୁନୀ ସାମଲ, ସି.ଆର.ସି.ସି ଅକ୍ଷୟ କୁମାର ଖଟୁଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସେମାନଙ୍କ ଶ୍ରେଷ୍ଠ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଗଣିତ ଦୌଡ, ସଟଫୁଟ, ଡିସ୍‌କସ୍‌, ଫିକିଙ୍ଗ ଦ ବଲ, ଦଉଡିଡିଆଁ, ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର କ୍ରୀଡା ପତାକା ଉତ୍ତୋଳନ କରିଥିବାବେଳେ ଖେଳ ଶିକ୍ଷକ ଶାନ୍ତନୁ କୁମାର ରାଉତ ଖେଳ ପରିଚାଳନା କରିଥିଲେ ।ଶିକ୍ଷକ ପଦ୍ମନାଭ ପଣ୍ଡ ମଞ୍ଚ ସଂଯୋଜନା କରିଥିବାବେଳେ ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଲକ୍ଷ୍ମୀକାନ୍ତ ମିଶ୍ର, ନବ କିଶୋର ବିଶ୍ୱାଳ, କର୍ମଚାରୀ ପ୍ରଦୀପ କୁମାର ସ୍ୱାଇଁ ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ