ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳିତ

ପାରଳାଖେମୁଣ୍ଡି, (ଯୁଗାଦ୍ଦ ନ୍ୟୁଜ) ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉକ୍ରଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଅନୁଷ୍ଠାନ ପକ୍ଷରୁ ଜାତୀୟ ଓଡିଆ ଭାଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ତ ଗୌରଚନ୍ଦ୍ର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ଉକ୍ରଳ ହିତୈଷିଣୀର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିଲେ । ପ୍ରାରମ୍ଭିକ ସଂଗୀତ ପରିବେଷଣ ପରେ ସ୍ୱାଗତ ସମ୍ଭାଷଣ ଶିକ୍ଷାବିତ୍ତ ବିଚିତ୍ରାନନ୍ଦ ବେବର୍ତ୍ତା ଦେବା ସହ ଓଡିଆ ଏକ ପ୍ରାଚୀନ ଜାତି ଓ ଭାଷା ବୋଲି ପ୍ରମାଣିତ ହେବାପରେ ଏହାକୁ ଶାସ୍ତ୍ର‌୍ୟୀ ଭାଷାର ମାନ୍ୟତା ମିଳିପାରିଛି ବୋଲି କହିଥିଲେ । ଭାରତୀୟ କେନ୍ଦ୍ରୀୟ ଭାଷା ସଂସ୍ଥାନ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପରାମର୍ଶ କ୍ରମେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଭାଷ୍ୟ ବିଶେଷଜ୍ଞ କମିଟି ସୁପାରିଶକୁ ଆଧାର କରି ଭାରତ ସମ୍ବିଧାନର ଅଷ୍ଟମ ସୂଚୀ ଅନୁଯାୟୀ ୨୨ଗୋଟି ଭାଷା ମଧ୍ୟରୁ ଉପଯୁକ୍ତ ବିବେଚିତ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳେ ବୋଲି ଏହି ସଭାରେ କୁହାଯାଇଥିଲା । ସେହିପରି ଯେଉଁ ଭାଷାର ଐତିହାସିକ ଓ ସାଂସ୍କୃତିକ ଭିତ୍ତି ଭୂମି ପ୍ରାଚୀନ ଥିବ, ଅର୍ଥାତ ୧୫ଶହରୁ ୨ହଜାର ବର୍ଷ ଧରି ଯାହାର ଇତିହାସ ରହିଥିବ ସେଭଳି ଭାଷା ଗୁଡିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥାଏ । ସେହିପରି ମୁଖ୍ୟବକ୍ତାଭାବେ ଡ.ଭୁବନେଶ୍ୱର ପଟ୍ଟନାୟକ ଯୋଗଦେଇ ଓଡିଆ ଭାଷାର ପ୍ରାଚୀନ ସଂସ୍କୃତି ତଥା ଏହି ଭାଷାର ମହାନତାକୁନେଇ ବିସ୍ତୃତ ଭାବେ ନିଜ ବକ୍ତବ୍ୟରେ ବୁଝାଇଥିଲେ । ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ୬ଷ୍ଠ ବର୍ଷରେ ପଦାର୍ପଣ କରିଥିବା ହେତୁ ବିଭିନ୍ନ ବକ୍ତା ଓଡିଆ ଭାଷାକୁନେଇ ବିଭିନ୍ନ ଟିପ୍ପଣୀ ରଖିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା, ବରିଷ୍ଠ ଶିକ୍ଷାବିତ୍ତ ଆଶାଲତା ପାଣିଗ୍ରାହୀ ପ୍ରମୁଖଙ୍କ ସହ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ