ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ର ପ୍ରାମାଣିକ ପୁସ୍ତକ ଉନ୍ମୋଚନ ହେବ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଶୁକ୍ରବାର ଦିନ ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ଏକ ବୈଠକ ସ୍ଥାନୀୟ ଏ.ଇ. ମିସନ ସ୍କୁଲ ସମ୍ମିଳନୀ କକ୍ଷରେ ଡ. ତପସ୍ୱୀନି ଗୁରୁଙ୍କ ସଭାପତିତ୍ବ ଏବଂ ସମ୍ପାଦକ ସନ୍ତୋଷ କୁମାର ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଅଛି। ଶବ୍ଦ ନୃତ୍ୟ ର ପ୍ରଣେତା ଗୁରୁ ଭଗବାନ ସାହୁଙ୍କ ଆଦର୍ଶ ପଟ୍ଟ ଶିଷ୍ୟ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନଙ୍କ ରଚିତ ଶାସ୍ତ୍ରୀୟ ପ୍ରାମାଣିକ ପୁସ୍ତକ “ଆଲୋକରେ ଶବ୍ଦ ନୃତ୍ୟ” ର ପ୍ରଥମ ଭାଗ ଆସନ୍ତା ମାର୍ଚ୍ଚ ୧୬ ତାରିଖ ରବିବାର ଦିନ ୧୦ ଟା ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ଠାରେ ଉନ୍ମୋଚନ ହେବ । ଲୁଲୁ ରବିନ ଦାସଙ୍କ ଆବାହକଢରେ ଅନୁଷ୍ଠିତ ସଭାରେ ସର୍ବଶ୍ରୀ ଦଧିବାବନ ଶତପଥୀ, ଯୁଗଳ ପ୍ରାସାଦ ସିଂ, କୃଷ୍ଣ ଚନ୍ଦ୍ର ପଣ୍ଡା , ତୁଳସୀ ଚରଣ ଦାଶ, ସନ୍ତୋଷ କୁମାର ଦାଶ, ଅଚ୍ୟୁତା ନନ୍ଦ ବାରିକ, ଡ. ଯଶବୀର ସିଂ ସୈନି, ଶିବାନନ୍ଦ ମଟାରି, ସାରଥି ମେହେର, ସୁଶାନ୍ତ ପାଢ଼ୀ, ଅଜିତ ମହାନନ୍ଦ ପ୍ରମୁଖ ଯୋଗଦାନ କରି ସଫଳ ଆୟୋଜନ ପାଇଁ ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ ।
ଶେଷରେ ସର୍ଦ୍ଦାର ପ୍ରିଢମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ !