ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଯଶରାଜ ପଣ୍ଡିତ ଙ୍କ ପରଲୋକ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ବରିଷ୍ଠ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଶ୍ରୀ ଯଶରାଜ ପଣ୍ଡିତ ଙ୍କ ବିୟୋଗରେ ଶୋକ ପ୍ରକାଶ କରି ବିଶିଷ୍ଟ ବାଲୁକା ଶିଳ୍ପୀ ମନୋଜ କୁମାର ସାହୁ ଚିତ୍ର ଆଙ୍କି ତାଙ୍କୁ ସମବେଦନା ଜଣାଇଛନ୍ତି | ଶ୍ରୀ ଯଶରାଜ ପଣ୍ଡିତ ଙ୍କ ଦେହାନ୍ତ ବେଳେ ତାଙ୍କୁ ୯୦ ବୟସ ହୋଇଥିଲା , ସେ ଜଣେ ବରିଷ୍ଠ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଥିଲେ ,ସଙ୍ଗୀତ ଦୁନିଆରେ ସେ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ | ତାଙ୍କ ଶାସ୍ତ୍ରୀୟ ସଙ୍ଗୀତ ରେ ସେ ପ୍ରତି ଭାରତୀୟ ମନକୁ ଜିତି ପାରିଥିଲେ | ତାଙ୍କର ବିୟୋଗରେ ଶାସ୍ତ୍ରୀୟ ସଙ୍ଗୀତ ଦୁନିଆରେ ଶୋକର ଛାୟା ଖେଳି ଯାଇଛି |


