ଶାହାରୁଖ୍ ଖାନଙ୍କ ପାଇଁ ଜହ୍ନରେ ଜମି କିଣୁଛନ୍ତି ଅଷ୍ଟ୍ରେଲିଆର ମହିଳା ପ୍ରଶଂସକ !

ମୁମ୍ୱାଇ :ବଲିଉଡର ବାଦଶାହା ଭାବେ ପରିଚିତ ଅଭିନେତା ଶାହାରୁଖ୍ ଖାନଙ୍କ ପ୍ରଶଂସକଙ୍କ ସଂଖ୍ୟା କେତେ ତାହା ସମସ୍ତଙ୍କୁ ଜଣା । ଦେଶ ଓ ଦେଶ ବାହାରେ ମଧ୍ୟ ଲାକେ ତାଙ୍କୁ ପସନ୍ଦ କରୁଥିବା ବେଳେ ଏବେ ବି ତାଙ୍କ କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ରହିଛି । ତାଙ୍କର ଗୋଟେ ଝଲକ ଦେଖିବା ପାଇଁ ଲାକେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ବେଳେ ନିକଟରେ ତାଙ୍କର ଜଣେ ପ୍ରଶଂସକ କରିଥିବା କାମ ଚର୍ଚ୍ଚାରେ ବିଷୟ ପାଲଟିଛି । ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ଶାହାରୁଖଙ୍କ ପାଇଁ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟାଇମ୍ସ ଅଫ୍ ଇଣ୍ଡିଆର ସୂଚନା ମୁତାବକ, ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ଶାହାରୁଖଙ୍କ ବଡ଼ ପ୍ରଶଂସକ ହୋଇଥିବାବେଳେ ତାଙ୍କ ପାଇଁ ଜହ୍ନରେ ଜମି କିଣିଛନ୍ତି । ପ୍ରତି ବର୍ଷ ସେ ଶାହାରୁଖଙ୍କ ପାଇଁ ଜମି କିଣୁଥିବା ବେଳେ ଏ ନେଇ ଶାହାରୁଖଙ୍କୁ ଲୁନାର ରିପବ୍ଲିକ୍ ସୋସାଇଟି ପକ୍ଷରୁ ପ୍ରମାଣପତ୍ର ମିଳୁଥିବା କହିଛନ୍ତି ଶାହାରୁଖ୍ । ନିଜ ଜନ୍ମଦିନରେ ଶାହାରୁଖ୍ ନିଜର ଏହି ମହିଳା ପ୍ରଶଂସକଙ୍କ ବିଷୟରେ ଜଣାଇବା ପ୍ରଶଂସକ ଜଣଙ୍କ ତାଙ୍କ ପାଇଁ ପ୍ରତି ବର୍ଷ ଜହ୍ନରେ କିଛି କିଛି ଜମି କିଣୁଥିବା କଥା ଜଣାଇଥିଲେ । ଏହା ସହ ପ୍ରଶଂସକଙ୍କ ଏଭଳି କାମ ବିଷୟରେ ଜାଣିବା ପରେ ଶାହାରୁଖ୍ ମହିଳାଙ୍କ ସହ ଇମେଲ୍ ଜରିଆରେ ସମ୍ପର୍କରେ ଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ