ଶାହିଦ ଦିବସ ପାଳିତ

ଅନୁଗୋଳ : ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଲିପଟା ଗ୍ରାମଠାରେ ଶନିବାର ଗୋପବନ୍ଧୁ ଜନକଲ୍ୟାଣ ସମିତି ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଯାଇଛି। ସମିତି ସଭାପତି ସୁଦୀପ କୁମାର ଗଡ଼ନାୟକଙ୍କ ପୌରୋହିତ୍ୱରେ ଆୟୋଜିତ ଏହି ଦିବସରେ ଦେଶର ସ୍ବାଧୀନତା ସଂଗ୍ରାମରେ ଶହୀଦ ହୋଇଥିବା ଭଗତ୍‌ ସିଂ, ଶୁକଦେବ ଥାପ୍ପର ଏବଂ ଶିବରାମ ଜୟୀ ରାଜଗୁରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହା ସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସ୍ବର୍ଗତ ଆତ୍ମାର ସଦ୍‌ଗତି କାମନା କରାଯାଇଛି। ଭାରତ ବର୍ଷର ସ୍ବାଧୀନତା ଆନ୍ଦୋଳନ ସମୟରେ ବ୍ରିଟିଶ୍‌ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଶହୀଦ ହୋଇଥିବା ମହାପୁରୁଷଙ୍କ ଜୀବନୀ, ନୀତି ଆଦର୍ଶ ଏବଂ ଦେଶ ପାଇଁ ଥିବା ଅତୁଳନୀୟ ଅବଦାନ ତଥା ବଳିଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ସଦସ୍ୟ ଶ୍ରୀଧର ଗଡ଼ନାୟକ, ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ, ଶିକ୍ଷକ ହାରାମ ବେହେରା, ନେହେରୁ ଯୁବ କେନ୍ଦ୍ର ଛେଣ୍ଡିପଦା ବ୍ଲକ ସମନ୍ବୟକାରୀ ରାମଚନ୍ଦ୍ର ସାହୁଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଉକ୍ତ ଦିବସ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ