ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ମହିଳା ସାଂସଦ

୨୦୧୯ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୬ଟି ରାଜ୍ୟର ୧୧୭ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା । ଏହି ପର୍ଯ୍ୟାୟରେ ଦେଶର ହେଭିିୱେଟ୍ ନେତା ତଥା ଭାଜପା ଅଧ୍ୟକ୍ଷ ଅମିତ୍ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂଙ୍କ ଭାଗ୍ୟପରୀକ୍ଷା ହେଉଛି । ଏଥର ଗୁଜରାଟର ବଡୋଦରା ଲୋକସଭା ଆସନ ସବୁଠୁ ଚର୍ଚ୍ଚାରେ ଅଛି । ଏଠାରୁ ଭାଜପା ସାଂସଦ ଥିବା ରଞ୍ଜନାବେନ୍ ଧନଞ୍ଜୟ ଭଟ୍ଟ ପୁଣି ଥରେ ନିର୍ବାଚନ ଲଢୁଛନ୍ତି । ଶାଢିରେ ପିଲାଙ୍କ ସହ କବାଡି ଖେଳୁଥିବା ରଞ୍ଜନାବେନ୍ ଏଥର ମଧ୍ୟ ବିରୋଧୀଙ୍କୁ ପରାସ୍ତ କରିବା ନେଇ ଆଶାବାଦୀ ଅଛନ୍ତି । ଭାଜପାର ଗଡ଼ କୁହାଯାଉଥିବା ଗୁଜରାଟର ଲୋକସଭା ଆସନରୁ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢି ଜିତିଥିଲେ । ମୋଦି ଉକ୍ତ ବର୍ଷ ଦୁଇଟି ସ୍ଥାନ(ବାରାଣସୀ ଏବଂ ବଡାଦରା)ରୁ ନିର୍ବାଚନ ଲଢି ଜିତିଥିବାରୁ ତାଙ୍କୁ ଗୋଟିଏ ଆସନ(ବଡୋଦରା) ଛାଡିବାକୁ ପଡିଥିଲା । ଫଳରେ ବଡୋଦରାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ରଞ୍ଜନାବେନ୍ ଧନଞ୍ଜୟ ଭଟ୍ଟ ଭାଜପା ପକ୍ଷରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସୂଚନାଯୋଗ୍ୟ, ରଞ୍ଜନାବେନ୍ଙ୍କ ଶାଢି ପିନ୍ଧି କବାଡି ଖେଳୁଥିବା ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ