ଶିଆଳି ପଞ୍ଚାୟତ ପୋଡାମାରି ମୌଜାରେ ଡ୍ୟାମ ଓ କେନାଲ ଦାବିକଲେ କାଶୀନଗର ରଇତ ସଂଘ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ରଇତ ସଂଘ ତରଫରୁ ଏକ ପ୍ରତିନିଧି ଦଳ ୨୯ ପୁର୍ବାହ୍ନରେ ଶିଆଳି ପଞ୍ଚାୟତରେ ପୋଡାମାରି ଯାଇ ସେଠାରେ ଡ୍ୟାମ ଓ କେନାଲ କିପରି ନିର୍ମାଣ କରାଯାଇପାରିବ ତାହା ଅନୁଧ୍ୟାନ କରୁଥିଲେ | ସଂଘର କାର୍ଯ୍ୟକାରୀ ସଭାପତି ଏସ.ତତେୟା, ସମ୍ପାଦକ ରଘୁରମ ସାହୁ, ଉପସଭାପତି ୱାଇ.ଧନଞ୍ଜୟ ଓ କେ.ସୁରୀୟ ରାଓ ପୋଡାମାରି ଗଲାବେଳେ ଗଲାବେଳେ କାଶୀନଗର ଗସ୍ତରେ ଥିବା ବିଜେଡି ସଂଖ୍ୟା ଲଘୁ ରାଜ୍ୟ ସାଧାରଣ ସମ୍ପାଦକ ଡାକ୍ତର ପଲ୍ଲଵ କୁମାର ଲିମା ଭି ସେମାନଙ୍କ ସହ ଉଲିଖିତ ଅଞ୍ଚଳକୁ ଯାଇଥିଲେ | ଗସ୍ତ ପରେ ଜଣାପଡିଲା ଯେ ମୁଲପେଟା ଜୋରି ନାମକ ଗ୍ରାମ ନିକଟରେ ଖଡ଼ ଗଡ଼ାଇ ପୂନୁ ନାମକ ଏକ ଏକ ବଡ ଜଳାଶୟ ରହିଛି | ସେ ଜଳାଶୟକୁ ଗୁମ୍ମା ବ୍ଲକର ପାହାଡିଆ ଅଞ୍ଚଳରୁ ଏକ ପ୍ରାକୃତିକ ଝରଣା ଦ୍ୱାରା ପାଣି ଆସୁଛି | ସେହି ସ୍ଥାନରେ ଏକ ଡ୍ୟାମ ଓ କେନାଲ ନିର୍ମାଣ ହୋଇପାରିଲେ କାଶୀନଗର ବ୍ଲକ ର ଶିଆଳି, ଗୋରୀବନ୍ଧା,ବୁଦୁରା, କଡୀଗାଁ, ପଞ୍ଚାୟତ ସମେତ କାଶୀନଗର ଏନଏସି କୁ ସୁବିଧାରେ ଜଳସେଚନ କରାଯାଇପାରିବ | ଏହାଛଡା କାଶୀନଗର ଏନଏସିର କେତେକ ଅଞ୍ଚଳକୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ | ଗସ୍ତରେ ଥିବା ଶ୍ରୀ ଲିମା ଓ କାଶୀନଗର ରଇତ ସଂଘ ପ୍ରତିନିଧି ଦଳ କାଶୀନଗର ଫେରି ସଂଘ ସଭାପତି ପ୍ରଶାନ୍ତ ମିଶ୍ରଙ୍କ ସହ ଆଲୋଚନା କଲାବେଳେ ଜଣାଇଲେ ଯେ ରଇତ ସଂଘ ତରଫରୁ ଡ୍ୟାମ ଓ କେନାଲ ନିର୍ମଳ ପାଇଁ ଦିଆଯାଇଥିବା ପ୍ରସ୍ତାବ ଗୁରୁତ୍ୱପୂର୍ଣ | ପ୍ରଥାବିତ ସ୍ଥାନରେ ଡ୍ୟାମ ଆନିକଟ ନିର୍ମାଣ ହୋଇପାରିଲେ କେବଳ କାଶୀନଗର ବ୍ଲକ ନୁହେ ଗୁମ୍ମା ବ୍ଲକ ଭି ହୋଇପାରିବ | ଗଜପତି ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ନିଶ୍ଚୟ ଆନୁକୁଳ୍ୟ ପଦକ୍ଷେପ ନେବେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ