ଶିଆଳ କାମୁଡାରେ ୫ଆହତ

ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) : ହାଟଡିହି ବ୍ଲକ କରଗୋଳା ଓ ତେଲସିଙ୍ଗା ଗ୍ରାମରେ କାଲି ମଧ୍ୟାହ୍ନରେ  ପାଗଳ ଶିଆଳ ଆକ୍ରମଣରେ ପାଞ୍ଚଜଣ ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛଯ ଯେ କାଲି ମଧ୍ୟାହ୍ନ ଗୋଟାଏ ବେଳେ କରଗୋଳା ଗ୍ରାମର ସୁଶିଳା ଜେନା ନାମକ ଜଣେ ମହିଳା ଶୌଚ ପାଇଁ ଯାଉଥିବାବେଳେ ହଠାତ ଗୋଟିଏ ଶିଆଳ ତାଙ୍କୁ ଅତର୍କିତ ଆକ୍ରମଣ କରି କ୍ଷତାକ୍ତ କରିପକାଇଥିଲେ ।  ଶିଆଳ କାମୁଡାରେ ସେ ଗୁରୁତର ଆହତ ହୋଇଥିଲେ । ସେହିପରି  ତେଲସିଙ୍ଗା ଗ୍ରାମର ରଙ୍କ ପ୍ରଧାନ ଓ ପରିକ୍ଷିତ ଖଟୁଆ ନଳିତା ବିଲକୁ ଯାଉଥିବାବେଳେ ଏହି ଶିଆଳଙ୍କ ଆକ୍ରମଣରେ ସେମାନେ ମଧ୍ୟ ଆହତ ହୋଇଥିଲେ । ସେହିପରି ଗିରିଗାଁ ଗ୍ରାମରେ ମଧ୍ୟ ଦୁଇଜଣଙ୍କୁ ଶିଆଳ କାମୁଡି ଆହତ କରିବାପରେ ଲୋକମାନେ ତାକୁ ଗୋଡାଇ ଗୋଡାଇ ସମଣା ଗୋବିନ୍ଦପୁର ନିକଟରେ ପିଟି ମାରିଦେଇଥିଲେ । ଆହତ ମାନଙ୍କୁ ଶାଳଣିଆଁ ଓ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ