ଶିକ୍ଷକଙ୍କୁ ବଦଳି କରାନଯିବା ଦାବିରେ ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଭିଭାବକଙ୍କ ଘେରାଉ

ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍): ହାଟଡିହି ବ୍ଲକ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ କୌଣସି ଶିକ୍ଷକଙ୍କୁ ବଦଳି କରାନଯିବା ଦାବିରେ ଆଜି ପଚାଶରୁ ଉର୍ଦ୍ଧ ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଭିଭାବକଙ୍କ ଅଭିଯୋଗ ଅନୁଯାଇ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନନ୍ଦପୁର ଓ ହାଟଡିହି ବ୍ଲକର ୧୮୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସୁଚାରୁରୁପେ ସେମାନଙ୍କ ଦାୟିତ୍ୱ ସମ୍ପାଦାନ କରୁଥିବାବେଳେ ଉପଯୁକ୍ତ ଶିକ୍ଷାଦାନ କରିଥାନ୍ତି । ଉକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିରୁଦ୍ଧରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ କୌଣସି ଅଭିଯୋଗ ପିଲାମାନଙ୍କ ପାଖରୁ ଶୁଣି ନାହାନ୍ତି । ବରଂ ପିଲାମାନଙ୍କ ପାଖରୁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପଶଂସା ଶୁଣିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ବାର୍ଷିକ ଉତ୍ସବ ଓ ପୂଜା ସମୟରେ ସ୍କୁଲକୁ ଯାଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉତ୍ତମ ବ୍ୟବହାର ଓ ଶୃଙ୍ଖଳିତ ଆଚରଣରେ ସନ୍ତୁଷ୍ଟ ଅଛନ୍ତି । କିନ୍ତୁ ଚୋର ଗଡିଆ ଓ ଗୋପାଳପୁର ଗ୍ରାମର କିଛି ବ୍ୟକ୍ତି ବିଦ୍ୟାଳୟ ଓ ଶିକ୍ଷକଙ୍କ ବିରୁଦ୍ଧରେ କିଛି ମିଥ୍ୟା ଅଭିଯୋଗ କରି ବିଦ୍ୟାଳୟ ଓ ଶିକ୍ଷକଙ୍କୁ ବଦନାମ କରିବାପାଇଁ ଲାଗିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଡକାଇ ଯଦି କିଛି ଅଭିଯୋଗ ଅଛି ସେସବୁ ଅଭିଯୋଗର ତଦନ୍ତ କରନ୍ତୁ ବୋଲି ଅଭିଭାବକମାନେ ଦାବି କରିଛନ୍ତି । ଆଜି ଘୋଷରାପଦା, ଭାତକରୁଆ, ରଗୁଡି, ପଣସଡିଆ, ମହ୍ଲାରପଦା, କାଠିଆସରା, ଡଙ୍କିଆ, ବାରାଗଡିଆ, ବାହିଆ ବାରଦଣ୍ଡା, ସରେଇ ସାହି ପ୍ରଭୃତି ଗ୍ରାମର ପଦ୍ମାବତୀ ପାତ୍ର, ସୁଶାନ୍ତ ବାରିକ, କ୍ଷୀରୋଦ ବେହେରା, ପାର୍ବତୀ ବେହେରା, ସାଗରିକା ବାରିକ, ଶିଶିର କୁମାର ମହାନ୍ତି, ସସ୍ମିତା ମହାନ୍ତି, ପ୍ରମିଳା ମହାନ୍ତି, ରବିନ୍ଦ୍ର ମହାନ୍ତି, ଭଗବାନ ବାରିକ, ଜୟନ୍ତୀ ବାରିକ, ଉଗ୍ରସେନ ବେହେରା, ରଘୁନାଥ ବେହେରା, ଜାନକୀ ବେହେରା, ହରିହର ବେହେରା, ନିରଞ୍ଜନ ବେହେରା, ମାଟୁ ହୋ, ଦମୟନ୍ତୀ ପାତ୍ର, ମଣିଆ ସାମଲ, ଭୀମ ହୋ, ତପନ ବେହେରା, ନିର୍ମଳା ବେହେରା, ସଞ୍ଜୟ ପାତ୍ରଙ୍କ ସମେତ ୫୦ରୁ ଉର୍ଦ୍ଧ ଅଭିଭାବବ୍ୱ୍କ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ସୁରେଶ କୁମାର ଜେନାଙ୍କୁ ୧୨୦ଜଣ ଅଭିଭାବକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ବିଦ୍ୟାଳୟର କୌଣସି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ଥାନାନ୍ତର କରାଯାଏ ତେବେ ବିଦ୍ୟାଳୟରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ