ଶିକ୍ଷକଙ୍କୁ ହତ୍ୟା ଘଟଣା- ସ୍କୁଟି ଖୋଜିଖୋଜି ନୟାନ୍ତ ଅଗ୍ନିଶମ ବିଭାଗ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ୬ଦିନ ବିତିଯାଇଥିଲେବି ପୁଲିସକୁ କୌଣସି ଠୋସ ସୁରାକ ମିଳିପାରି ନାହିଁ । ବିଶେଷକରି ରବିବାର ରାତିରେ ଶିକ୍ଷକଙ୍କୁ ହତ୍ୟା କରିବାପରେ ତାଙ୍କ ସ୍କୁଟି, ମୋବାଇଲକୁ ନେଇ ଫେରାର ହୋଇଥିବା ଦୁର୍ବୁତକୁ ଠାବ କରିବାରେ ପୁଲିସ ବିଫଳ ହୋଇଛି । ହତ୍ୟାକାରୀ ଜଣକ ସ୍କୁଟିଟିକୁ ସଢ଼ା ଗାଁ ନିକଟସ୍ଥ କେନାଲରେ ପକାଇଦେଇଥିବା ନେଇ ପୁଲିସକୁ ଏକ ସୁଚନା ମିଳିବାପରେ କେନାଲରେ ପାଣି ଥିବାରୁ ତାହାକୁ ଉଦ୍ଧାର କରାଯାଇପାରୁ ନଥିଲା । ଆଜି ଜଳସମ୍ପଦ ବିଭାଗକୁ କହି କେନାଲରେ ପାଣି କମାଇବାପରେ ଆଜି ଆନନ୍ଦପୁର ଏସଡିପିଓ, ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳଙ୍କ ଉପସ୍ଥିତିରେ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଅକ୍ଳାନ୍ତ ପରିଶ୍ରମ କରି କରି ନୟାନ୍ତ ହୋଇ ପଡିଛନ୍ତି । କିନ୍ତୁ ସ୍କୁଟି ଉଦ୍ଧାର ତ ଦୁରର କଥା ସ୍କୁଟିର ସନ୍ଧାନ ମଧ୍ୟ ପାଇପାରି ନାହାନ୍ତି, କେବଳ ବ୍ଲୁ ରଙ୍ଗର ଏକ ହେଲମେଟ ସେଠାରେ ପଡିଥିବା ଦେଖିବାକୁ ମିଳିଛି । କେନାଲର ସାଇଫନ ନିକଟରେ ସ୍କୁଟିକୁ ପକାଯାଇଥବବା କୁହାଯାଉଥିବାବେଳେ ସାଇଫନ ଭିତରଟି ପାଣିରେ ଭରପୁର ଥିବାରୁ ତାହା ଭିତରକୁ କେହି ଯାଇ ପାରି ନଥିଲେ । ଅନ୍ୟପକ୍ଷରେ ପୁଲିସ ସନେ୍ଦହ ଘେରରେ ଥିବା କିଛି ବ୍ୟକ୍ତିଙ୍କୁ ନିୟମିତ ଥାନାକୁ ଡକାଇ ଜେରା କରୁଥିଲେବି ସେମାନଙ୍କ ଠାରୁ ହତ୍ୟାକାଣ୍ଡ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇପାରୁ ନାହିଁ । ଏଠାରେ ସୁଚନାଯୋଗ୍ୟ ଯେ ଇଞ୍ଚୋଳ ଗ୍ରାମର ଅନିରୁଦ୍ଧ ସ୍ୱାଇଁ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ମରୈଗାଁ ଛକରେ ଏକ ଭଡାଘରେ ରାତ୍ରୀଯାପନ କରନ୍ତି । ସେ ଗତ ୧୩ ତାରିଖ ରବିବାର ରାତିରେ ଭଡାଘରେ ରହିଥିବାବେଳେ କେହି ଦୁର୍ବୁତ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲା । ଏପରି ହତ୍ୟା କରିବାପରେ ସଂପୃକ୍ତ ଶିକ୍ଷକଙ୍କ ହେଲମେଟ, ସ୍କୁଟି ଓ ତାଙ୍କ ମୋବାଇଲକୁ ନେଇ ପଳାଇବା ସହ ଘରକୁ ବାହାରପଟୁ ତାଲା ପକାଇ ଦେଇଥିଲା । ପୁଲିସ ସେହିଦିନ ଠାରୁ ହତ୍ୟାକାରୀକୁ ଠାବ କରିବାପାଇଁ ଦିନରାତି ଏକ କରି ଦେଇଥିଲେବି ହତ୍ୟାକାରୀ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇ ନପାରିବା ଚର୍ଚ୍ଚାର ବିଷୟ ପାଲଟିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ