ଶିକ୍ଷକଙ୍କ ଅକାଳ ବିୟୋଗ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଛେନାପଦି ଗ୍ରାମର ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ଅକାଳ ବିୟୋଗ ଘଟିଛି । ସେ ଠାକୁରମୁଣ୍ଡା ବ୍ଲକ ଚାଉଳଝରି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକକତା କରୁଥିବାବେଳେ ଗତ ୨୭ତାରିଖ ରାତି ୧୨ଟାରେ ତାଙ୍କର ହୃଦଘାତରେ ପରଲୋକ ହୋଇଥିଲା । ସେ ଜଣେ ସ୍ୱାଭିମାନୀ, ମିଷ୍ଠଭାଷୀ ଓ ପରୋପକାରୀ ବ୍ୟକ୍ତିଥିଲେ । ତାଙ୍କ ପରଲୋକରେ ସମଗ୍ର ଛେନାପଦି ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯିବାପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପୁଅ ସଞ୍ଜିବ ସୁନ୍ଦର ରାୟ ମୁଖାଗ୍ନି ଦେଇଥିବାବେଳେ ବାପା ପଞ୍ଚାନନ ବେହେରା, ଦୁର୍ଯ୍ୟୋଧନ ବେହେରା, ଘନଶ୍ୟାମ ବେହେରା, ସୁନନ୍ଦା ସ୍ୱାଇଁ, ସ୍ମାରକୀ ସୁନ୍ଦର ରାୟ, ନିତ୍ୟାନନ୍ଦ ବେହେରା, ଦେବକାନ୍ତ ବେହେରା, ଉମାକାନ୍ତ ବେହେରା, ଟେରୁ ସା, କୁନା ସ୍ୱାଇଁଙ୍କ ସମେତ ଅନେକ ଗ୍ରାମବାସୀ ଓ ବନ୍ଧୁ ପରିଜନ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ