ଶିକ୍ଷକଙ୍କ ଅକାଳ ବିୟୋଗ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ସାହାପୁର ଗ୍ରାମର ଶିକ୍ଷକ ରବିନ୍ଦ୍ର ମୋହନ ନାଥ(୬୦)ଙ୍କ ଅକାଳ ବିୟୋଗ ଘଟିଛି । ସେ ଗତକାଲି ରାତିରେ ଶୋଇଥିବା ସମୟରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ପରିବାର ସୁତ୍ରରୁ ଜଣାଯାଇଛି । ସେ ସାହାପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବାବେଳେ ଆସନ୍ତା ମେ ମାସରେ ସେ ଚାକିରୀରୁ ଅବସର ଗ୍ରହଣ କରିଥାନ୍ତେ । ତାଙ୍କ ପରଲୋକରେ ସମଗ୍ର ଗେଡମା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବର ପାଇ ଏବିଇଓ ଧନେଶ୍ୱର ଖଣ୍ଡେଇ, ବରିଠ ବିଜେଡି ନେତା ବ୍ରଜ କିଶୋର ଜେନା, ପ୍ରଫୁଲ ସେଠୀ, ବରଦାପ୍ରସନ୍ନ ଜେନା, ମାନସ ଜେନା, ବିବେକାନନ୍ଦ ବେହେରା, ଅଭୟ କୁମାର ଜେନା, ଯଚିନ୍ଦ୍ର ଦେଓ, ଶ୍ୟାମ ସୁନ୍ଦର ସାହୁ, ଇନ୍ଦ୍ରମଣୀ ସେଠୀ, ଇନ୍ଦ୍ରମଣି ସାଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ବସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାିବା ପରେ ଗାଁ ସ୍ମଶାନରେ ଶେକେୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ତାଙ୍କ ପୁଅ ସତ୍ୟବ୍ରତ ନାଥ ମୁଖାଗ୍ନି ଦେଇଥିବାବେଳେ ଜ୍ୱାଇଁ ଦେବେନ୍ଦ୍ର କୁମାର ନାଥ, ଭାଇ ମଦନ ମୋହନ ନାଥ, ସାନଭାଇ କୋଦଣ୍ଡ ନାଥଙ୍କ ସମେତ ବହୁ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ