ଶିକ୍ଷକଙ୍କ ଦ୍ଵାଦଶାହରେ ସ୍ମୁତିସଭା
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଜଣେ ମାନବବାଦୀ ଶିକ୍ଷକ ନିଜର କାର୍ଯ୍ୟଶୈଳୀ ଦ୍ୱାରା ସର୍ବଦା ଅମର ରହିଥାନ୍ତି | ସମାଜରେ ଶିକ୍ଷାର ବିକାଶ ସହ ମଣିଷକୁ ଚିହ୍ନିବା ହିଁ ଶିକ୍ଷକଙ୍କୁ ଅମର କରିଥାଏ ବୋଲି ମହାନଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ଖେମୁଣ୍ଡି ତାଳୁକା ତେଲେଗା ଦୋରା ସମାଜ ପୂର୍ବତନ ସଭାପତି କେ ଲୋକନାଥ ଦୋରାଙ୍କ ଦ୍ଵାଦଶାହ ସ୍ମୁତିଚାରଣ ସଭାରେ ବିଶିଷ୍ଟ ବକ୍ତା ମାନେ ପ୍ରକାଶ କରିଛନ୍ତି | ଠାକୁରାଣୀ ମନ୍ଦିରପରିସରରେ ଶିକ୍ଷକ ଗୋପାଳଚନ୍ଦ୍ର ସାବତଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସ୍ମୁତିସଭାରେ କଲେଜ ପାଟପୁର, ଅଧ୍ୟାପକ ଡ଼ଃ କୈଳାଶଚନ୍ଦ୍ର ସ୍ୱାଇଁ, ମୋହନା କଲେଜ ଡ଼ଃ ପ୍ରଣବାନନ୍ଦ ପାଟଜୋଷୀ, ଡ଼ଃ ଅନ୍ତର୍ଯ୍ୟାମୀ ଗୌଡ଼, ଡ଼ଃ ଅନିଲ କୁମାର ତ୍ରିପାଠୀ ମୀନକେତନ ମିଶ୍ର, ମୁଣ୍ଡମରାଇ କଲେଜ ଅଧ୍ୟାପକ ରଞ୍ଜନ କୁମାର ପାଟଜୋଷୀ ନିଖିଳ ଓଡିଶା ପି ଇ ଟି ସଂଘ ରାଜ୍ୟ ସଭାପତି ସଚ୍ଚିଦାନନ୍ଦ ଦାଶ ବୋମକେଇ କଲେଜ କ୍ରୀଡା ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ ବ୍ରାହ୍ମଣୀଗାଁ କଲେଜ କ୍ରୀଡ଼ା ଅଧ୍ୟାପକ ରବିନାରାୟଣ ପାଢ଼ୀ ପୂର୍ବତନ ବ୍ଲକଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ସିପିଆଇ ନେତା ଅନନ୍ତ ମହାଙ୍କୁଡ ଅଶୋକ ବେହେରା ଶିକ୍ଷକ ଆର ରଘୁନାଥ ଦୋରା ମନମୋହନ ପାତ୍ର ଗୋଦାବରୀ ମହାରଣା କ୍ରୀଡା ଶିକ୍ଷକ ମାଧବ ଖୁଣ୍ଟିଆ ଲକ୍ଷ୍ମଣ ସାହୁ ପୂର୍ବତନ ସମିତିସଭ୍ୟ ମୁକୁନ୍ଦଚନ୍ଦ୍ର ବରାଡ଼ କୈଳାଶ ଖୁଣ୍ଟିଆ ବିନାୟକ ଦାଶ ଏମ ଯୁଧିଷ୍ଠିର ରେଡିଙ୍କ ସମେତ ବହୁ ପୂର୍ବତନ ଛାତ୍ର ଉପସ୍ଥିତ ରହି ସ୍ବର୍ଗତ ଦୋରାଙ୍କ ସ୍ମୁତିଚାରଣ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |


