ଶିକ୍ଷକଙ୍କ ବିୟୋଗରେ ଶିକ୍ଷକ ସଂଘ ପକ୍ଷରୁ ଶୋକ ପାଳନ

ହାଟଡିହି,(ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ ଭୁତପଦା-ଅପସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ଖଣ୍ଡେଇଙ୍କ ଅକାଳ ବିୟୋଗରେ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ହାଟଡିହି ବ୍ଲକ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ରାଜ୍ୟ ସାଧାରଣ ସମ୍ପାଦକ ବିନୋଦ କୁମାର ରାଉତ, କେନ୍ଦୁଝର ଜିଲ୍ଲା ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ହାଟଡିହି ବ୍ଲକ ଶିକ୍ଷକସଂଘ ସଭାପତି ହରମୋହନ ପଣ୍ଡା, ସମ୍ପାଦକ ମିହିର କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର କୁମାର ଶାସିନି, କାର୍ଯ୍ୟକାରିଣୀ ସଦସ୍ୟ ନିରାକାର ନାୟକ, ଅଭୟ କୁମାର ଜେନା, କାହ୍ନୁ ଚରଣ ମିଶ୍ର, ମୋହନ କୁମାର ମହାନ୍ତି, କେଶବ ଚନ୍ଦ୍ର କର, ସୁରେନ୍ଦ୍ର କୁମାର ରାଉତ, ପ୍ରଫୁଲ କୁମାର ନାୟକ, ଶିଶିର କୁମାର ନାୟକ ପ୍ରମୁଖ ଦିବଂଗତ ଶିକ୍ଷକଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମରଆତ୍ମାର ସଦଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ