ଶିକ୍ଷକଙ୍କ ସାଟିଫିକେଟ ଯାଞ୍ଚ ପ୍ରକ୍ରୀୟା ଆରମ୍ଭ
ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍) ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଶିକ୍ଷକ ମାନଙ୍କ ସାଟିଫିକେଟ ଯାଞ୍ଚ ପ୍ରକ୍ରୀୟା ଆରମ୍ଭ ହୋଇଛି । ତିନୋଟି ପର୍ଯ୍ୟାୟରେ ହେବାକୁଥିବା ଏହି ଯାଞ୍ଚ ପ୍ରକ୍ରୀୟା ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଇଓ କ୍ଷିରୋଦ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି । ୨୦୧୧ମସିହାରୁ ନିୟମିତ ହୋଇଥିବା ୩୪୭ଜଣ ଶିକ୍ଷକଙ୍କ ଅନୁବନ୍ଧିତ ସାଟିଫିକେଟ, ବୋର୍ଡ, ୟୁନିଭରସିଟି, ସିଟି, ଭିଇଡି ସାଟିଫିକେଟ ଆଦି ଯାଞ୍ଚ କରାଯିବା ସହିତ ଜାତି ପ୍ରମାଣପତ୍ର ଆଦି ଯାଞ୍ଚ କରାଯିବ । ଏହି କାର୍ଯ୍ୟରେ ବିଇଓ ଶ୍ରୀଯୁକ୍ତ ତ୍ରିପାଠୀଙ୍କ ସହ ଏ.ବି.ଇ.ଓ ସୁରେଶ ଚନ୍ଦ୍ର ଜେନା, ବି.ଆର.ସି.ସି ବିନୋଦ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଛନ୍ତି ।