ଶିକ୍ଷକତାରୁ ଓପିଏସ୍ସିରେ କୃତକାର୍ଯ୍ୟ 

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବମକେଇ ଗ୍ରାମ ବଡ଼ସାହି ସ୍ଥିତ ସ୍ବର୍ଗତ ହରିଶ୍ଚନ୍ଦ୍ର ପ୍ରଧାନ ଏବଂ ମା ଅନୁସୁୟା ପ୍ରଧାନଙ୍କ ପୁତ୍ର ଅରବିନ୍ଦ ପ୍ରଧାନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା (ଓପିଏସସି) ରେ ୮୪ ନଂ ରେଙ୍କ୍ ରଖି କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ସମଗ୍ର ଦିଗପହଣ୍ଡି ବ୍ଳକ ପାଇଁ ସେ ଗୈାରବ ଆଣିଛନ୍ତି । ଗରିବ ପରିବାରରେ ଜନ୍ମିତ ଅରବିନ୍ଦ ବାପ ଛେଉଣ୍ଡ ଭାବେ ବଢିଥିଲେ। ତାଙ୍କ ବାପା ଗ୍ରାମରେ ଛୋଟିଆ ଲୁଗା ଦୋକାନ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ଘୋର ଆର୍ଥିକ ଅନାଟନ ଭିତରେ ଅରବିନ୍ଦ କାଳାତିପାତ କରୁଥିଲେ । ଛୋଟ ବେଳୁ ବାପା ଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ। ଘରର ଚାଲିବା ଅବସ୍ଥା ନଥିବାରୁ  ବମକେଇ ଗ୍ରାମର ଅଜାଘରେ ରହି ପାଠ ପଢୁଥିଲେ । ଖୁବ୍ ଦୁଃଖ କଷ୍ଟ ରେ ଚଳୁଥିଲେ  ମଧ୍ୟ ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ କମି ନଥିଲା । ନବୋଦୟ ପରୀକ୍ଷାରେ ମଧ୍ୟ ସେ ଭଲ ନମ୍ବର ରଖି ଗାଁ ପାଇଁ ଗୈାରବ ଆଣିଥିଲେ । ପୂର୍ବରୁ ୪ ବର୍ଷ ଚିଲିକାରେ ଶିକ୍ଷକତା  କରୁଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁର ଆମ୍ବପୁଆ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ।ଶନିବାର ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସେ ଉତ୍ତୀର୍ଣ୍ଣ ହୋଇଥିବା ଜାଣିବା ପରେ ସମସ୍ତ ଶ୍ରେୟ ପରିବାର,ବନ୍ଧୁ ବାନ୍ଧବ ଏବଂ ଗୁରୁଜନ ମାନଙ୍କୁ ଦେଇଛନ୍ତି । ଅରବିନ୍ଦ ଙ୍କ ଏପରି ଅପୂର୍ବ ସଫଳତା ପରେ ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି,ସାଙ୍ଗ ସାଥି ଏବଂ ତାଙ୍କ ସହକର୍ମୀ ତାଙ୍କୁ  ଶୁଭେଚ୍ଛା ଜଣାଇଥିବା ସେ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ