ଶିକ୍ଷକନେତା ମନୋରଞ୍ଜନ ବାରିକଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ମନୋରଞ୍ଜନ ବାରିକ (ବୁନୁ)ଙ୍କ ଅକାଳ ବିୟୋଗରେ ଏକ ଶୋକସଭା ସ୍ଥାନୀୟ ଗରାପୁରସ୍ଥିତ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକନେତା ରାଜେନ୍ଦ୍ର ପ୍ରସାଦ ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ କେନ୍ଦ୍ରାପଡା ବ୍ଲକର ବିଭିନ୍ନ ଶିକ୍ଷକ ସଂଗଠନର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କୋଭିଡ ଗାଇଡ ଲାଇନକୁ ଅନୁସରଣକରି ଉପସ୍ଥିତ ହୋଇଥିଲେ । ପ୍ରଥମେ ସୂର୍ଗତ ବାରିକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଉପସ୍ଥିତ କର୍ମକର୍ତ୍ତା ଓ ଶିକ୍ଷକ,ଶିକ୍ଷୟତ୍ରୀମାନେ ସୂର୍ଗତ ବାରିକଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ବିୟୋଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତବ୍ୟକ୍ତ କରିଥିଲେ । ସୂର୍ଗତ ବାରିକ ଜଣେ ନିଷ୍ଠାପର,ସଚ୍ଚୋଟ ଓ ପରୋପକାରୀ ତଥା ଧର୍ମପରାୟଣ ବ୍ୟକ୍ତି ଥିଲେ । ଏହିସଭାରେ ଅଶୋକ କୁମାର ସାହୁ, ଅନନ୍ତ କୁମାର ପରିଡା, ସେକ ଖତିଫ, ମାନଭଞ୍ଜନ ପ୍ରଧାନ, ସେକ ରଇସୁଦ୍ଦିନ, ସେକ ମନସୁର ଅଲ୍ଲୀ, କ୍ଷେତ୍ରମଣୀ ଦେଇ, ପ୍ରତିଭା ମାହାଳି ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଲାଞ୍ଜିଗଡ ବ୍ଲକ ଏବିଇଓ କାଶିନାଥ ରାଉତରାୟ ଓ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ପ୍ରେରିତ ଶୋକବାର୍ତ୍ତା ପଠନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ