ଶିକ୍ଷକ ଅଛନ୍ତି ଅଧିକ ନିୟୋଜିତ ହେଉଛନ୍ତି କମ
କନ୍ଧମାଳ,(ପ୍ରଶାନ୍ତ କୁମାର ବେହେରା): ଆଜି କନ୍ଧମାଳ ଶିକ୍ଷକ ସମନ୍ୱୟ ସମିତି ତରଫରୁ ସମିତିର ଆବାହକ ସରୋଜ କୁମାର ସେଠୀଙ୍କ ଆବାହକତ୍ୱରେ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡିଙ୍କୁ ଜିଲ୍ଲାରେ କୋଭିଡ କଣ୍ଟ୍ରୋଲରୁମ ଡ୍ୟୁଟିରେ ଅନିୟମିତତା ହେଉଥିବା ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ କୋଭିଡ କଣ୍ଟ୍ରୋଲ ରୁମ ଆରମ୍ଭ ହେବାଠାରୁ ଆଜି ଯାଏଁ କେବଳ ୩୦ ରୁ ୩୫ ଜଣ ଶିୀକ୍ଷକ ଶିକ୍ଷୟୀତ୍ରୀ ମାନେ ପୁର୍ବରୁ ଥର୍ମାଲ ଟେଷ୍ଟିଙ୍ଗ୍ ଡ୍ୟୁଟି ଓ ବ୍ଳକ କଣ୍ଟ୍ରୋଲ ରୁମ ଡ୍ୟୁଟି କରିଛନ୍ତି ବର୍ତମାନ ମଧ୍ୟ ସେମାନେ ରୋଟେସନରେ ଏହି ଡ୍ୟୁଟି କରୁଛନ୍ତି । ତେବେ ଫୁଲବାଣୀରେ ପ୍ରାଥମିକ ଶିକ୍ଷକ ଶିକ୍ଷୟୀତ୍ରୀ ମାନଙ୍କର ସଂଖ୍ୟା ୪୫୦ ରୁ ଅଧିକ ଥିବାବେଳେ କେବଳ କିଛି ନିର୍ଦ୍ଧିଷ୍ଟ ଶିକ୍ଷକ ଶିକ୍ଷୟୀତ୍ରୀ ମାନଙ୍କୁ ହିଁ ରୋଟେସନରେ ଏହି ଡ୍ୟୁଟିରେ ନିୟୋଜିତ କରାଯାଉଛି । ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେଣୁ ବାକି ରହିଥିବା ଅନ୍ୟ ଶିକ୍ଷକ ଶିକ୍ଷୟୀତ୍ରୀ ମାନଙ୍କୁ ମଧ୍ୟ ଏହି ସେବା ପ୍ରଦାନ କରିବା ପାଇଁ ସୁଯୋଗ ପ୍ରଦାନ କରାଯିବାକୁ ଦାବୀ କରାଯାଇଛି । ଏହାସହିତ ଯେଉଁମାନେ ଏହା ପୁର୍ବରୁ ଏଥିରେ ନିୟୋଜିତ ଥିଲେ ସେମାନେ ଆସନ୍ତା ୧୮.୦୯.୨୦୨୦ ତାରିଖଠାରୁ ଏହି କଣ୍ଟ୍ରୋଲରୁମ ଡ୍ୟୁଟିରେ ଯୋଗ ଦେବେ ନାହିଁ ତେଣୁ ଏହି କାର୍ଯ୍ୟରେ କିଛି ନିର୍ଦ୍ଧିଷ୍ଟ ଶିକ୍ଷକ ଶିକ୍ଷୟୀତ୍ରୀ ମାନଙ୍କୁ ହିଁ ନିୟୋଜିତ ନ କରାଯାଇ ଯେଉଁମାନେ ଏହି ଡିୟୁଟିରେ ନିୟୋଜିତ ହୋଇନାହାନ୍ତି ସେମାନଙ୍କୁ ମଧ୍ୟ ଏହି ସେବା କରିବାର ସୁଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି ବୋଲି କନ୍ଧମାଳ ଶିକ୍ଷକ ସମନ୍ୱୟ ସମିତିର ଆବାହକ ସରୋଜ କୁମାର ସେଠୀ ସୁଚନା ଦେଇଛନ୍ତି ।