ଶିକ୍ଷକ ଅନୁପସ୍ଥିତିକୁ ନେଇ ସ୍କୁଲରେ ଉତ୍ତେଜନା 

ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଆଇତିପୁର ଗାଁରେ ଥିବା ଆଇତିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଜଣେ ଶିକ୍ଷକ ବାରମ୍ବାର ଅନୁପସ୍ଥିତ ରହିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ଥିବାବେଳେ ୭୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ସ୍କୁଲରେ ପୁର୍ବରୁ ୪ଜଣ ଶିକ୍ଷକ ନିଯୁକ୍ତି ପାଇଥିବାବେଳେ ଏଠାରେ ନିଯୁକ୍ତି ପାଇଥିବା ଜଣେ ଶିକ୍ଷକ ସିଆରସିସି ଭାବେ ନିଯୁକ୍ତି ପାଇଗଲେ । ଫଳରେ ମାତ୍ର ତିନିଜଣ ଶିକ୍ଷକ ଥିବାବେଳେ ଏବେ ଜଣେ ଶିକ୍ଷକ ନିୟମିତ ଅନୁପସ୍ଥିତ ରହୁଛନ୍ତି । ଯାହାଦ୍ୱାରା ଦୁଇଜଣ ଶିକ୍ଷକ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାରୁ ଶିକ୍ଷାଦାନ ବ୍ୟାହତ ହେଉଛି ।  ଶିକ୍ଷକ ଜଣକ ଦିନେ ଛଡା ଦିନେ ସ୍କୁଲକୁ ଆସୁଥିବା ବେଳେ ନିୟମିତ ଆସୁଥିବା ଦର୍ଶାଇ ଉପସ୍ଥାନ ଖାତାରେ ଦସ୍ତଖତ କରିଦେଉଛନ୍ତି । ଫଳରେ ବିଦ୍ୟାଳୟ ରେ ଆଦୌ ପାଠପଢ଼ା ହୋଇ ପାରୁନାହିଁ । ଦୀର୍ଘ ୧୧ଦିନ ପରେ ଆଜି ସ୍କୁଲ ଖୋଲିଥିବାବେଳେ ସଂପୃକ୍ତ ଶିକ୍ଷକ ଜଣକ ବିଦ୍ୟାଳୟକୁ ଯାଇ ନାହାନ୍ତି । ୧୭ ଓ ୧୮ ଦୁଇଦିନ ଧରି ୩ୟରୁ ୮ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଏଣ୍ଡଲାଇନ ଆସସମେଣ୍ଟ ଥିବା ସତ୍ତ୍ୱେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଏହି ଶିକ୍ଷକ ଜଣକ ନଯିବାରୁ ଆସସମେଣ୍ଟ ପରୀକ୍ଷାରେ ବିଳମ୍ବ ଘଟିଥିଲା । ଅନ୍ୟଜଣେ ଶିକ୍ଷକ ପ୍ରଶ୍ନପତ୍ର ଆଣି ଆସସମେଣ୍ଟ କରାଇଥିଲେ । ଏହାକୁ ନେଇ ଗ୍ରାମବାସୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ସଂପୃକ୍ତ ଶିକ୍ଷକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୁଁ ଠିକ ସମୟରେ ସ୍କୁଲ ଯାଇଛଇ, କିଏ କହିଲା ମୁଁ ଯାଇନି ବୋଲି । ଏ ସମ୍ପର୍କରେ ଭାରପ୍ରାପ୍ତ ବିଇଓ ଅଭୟ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୁଁ ଟେଲିଫୋନ ଦ୍ୱାରା ଅଭିଯୋଗ ପାଇଛି, ଆସନ୍ତାକାଲି ମୁଁ ସେହି ସ୍କୁଲ ପରିଦର୍ଶନ କରିବା ପରେ ଯାହା ପଦକ୍ଷେପ ନେବି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ