ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା
କଳାହାଣ୍ଡି , (ରଜନୀକାନ୍ତ ମିଶ୍ର) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୋଙ୍ଗରିଗୁଡା ଇନ୍ଦ୍ରାବତୀ ହାଇସ୍କୁଲରେ ଶିକ୍ଷକ ଅଭାବ ନେଇ ମଙ୍ଗଳବାର ସକାଳୁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇ ସ୍କୁଲ ଗେଟରେ ତାଲା ଦେବା ସହ ସ୍କୁଲ ଆଗରେ ଧାରଣ ରେ ବସି ରହିଛନ୍ତି । ସୁଚନାନୁସାରେ , ପ୍ରାୟ ଏକ ବର୍ଷ ହେବ ପ୍ରଧାନ ଶିକ୍ଷକ ଅବସର ପରେ ପ୍ରଧାନ ଶିକ୍ଷକ ପଦବୀ ସହ ବିଜ୍ଞାନ ଶିକ୍ଷକ ଖାଲି ରହିଥିବାରୁ ସ୍କୁଲ ପାଠପଢ଼ାରେ ବ୍ୟାଘାତ ହେଉଥିବା ସହ ଆଗକୁ ମାଟ୍ରିକ ପରୀକ୍ଷା ଆସୁଥିବାରୁ ଅଭିଭାବକମାନଙ୍କ ମହଲରେ ଅସନ୍ତେଷ ପ୍ରକାଶ ପାଇଛିି । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆନ୍ଦୋଳନରେ ବସି ରହିଥିବା ବେଳେ କୌଣସି ଶିକ୍ଷା ବିଭାଗ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।