ଶିକ୍ଷକ ଆନେ୍ଦାଳନ ଯୋଗୁଁ ହାଟଡିହି ବ୍ଲକରେ ୨୬୫ ସ୍କୁଲ ପ୍ରଭାବିତ

ହାଟଡିହିି, (ବିକାଶ ବିଶ୍ୱାଳ):ଶିକ୍ଷକମାନେ ଦୁଇଦିନ ହେଲା ସମୁହ ଛୁଟିନେଇ ଧାରଣାରେ ବସିଥିବାରୁ ବ୍ଲକର ସମସ୍ତ ସ୍କୁଲରେ ଶିକ୍ଷାଦାନ ପ୍ରଭାବିତ ହୋଇଛି । ୪ଦଫା ଦାବିନେଇ ଶିକ୍ଷକ ସଂଘ ପକ୍ଷରୁ ଏହି ଆନେ୍ଦାଳନ ଚାଲିଥିବାବେଳେ ପ୍ରଥମେ ଜଣେ ଜଣେ ଶିକ୍ଷକ ଛୁଟିରେ ଆସି ଧାରଣା ଦେଉଥିଲେ । ଫଳରେ ସ୍କୁଲ ଗୁଡିକ ଆଶିଙ୍କ ଚାଲିପାରୁ ଥିଲା । କିନ୍ତୁ ଗତକାଲି ଠାରୁ ୪୫୦ଜଣ ଶିକ୍ଷକ ସମୁହ ଛୁଟିରେ ରହି ଧାରଣାରେ ବସବା ଦ୍ୱାରା ୨୫ଟି ବିଦ୍ୟାଳୟରେ ତାଲା ଝୁଲୁଥିବାବେଳେ ଅନ୍ୟ ୨୪୦ଟି ସ୍କୁଲରେ ଶିକ୍ଷାଦାନ ପ୍ରଭାବିତ ହୋଇଛି । କେଉର୍ଠି ଜଣେ ଲେଖାଏଁ ଶିକ୍ଷକ ସ୍କୁଲ ଖୋଲି ଜଗିବସିଥିବାବେଳେ ମଧ୍ୟାହ୍ନ ଭୋଜନ ଦେଇ ସ୍କୁଲ ଛୁଟି କରିଦେଉଛନ୍ତି ତ ଆଉ କେଉଁଠି ଜଣେ ଦୁଇଜଣ ଶିକ୍ଷକଙ୍କୁ ୫/୭ଟି ଶ୍ରେଣୀ ଥିବାରୁ ଆଦୌ ଶିକ୍ଷାଦାନ ହୋଇପାରୁନି । ଆଜି ମଧ୍ୟ ଆନେ୍ଦାଳନରତ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଇଓଙ୍କ କାର୍ଯ୍ୟାଳୟ ନିକଟରେ ଧାରଣାରେ ବସିବା ସହ ସେମାନଙ୍କ ଦାବି ପୁରଣ କରିବା ପାଇଁ ନାରାବାଜି ଦେଉଥିବା ଦେଖିବାକୁ ମିଳିଥିଲା । ଆସନ୍ତା ମଙ୍ଗଳବାର ଦିନ ଗଣେଶଙ୍କ ପୂଜା ହେବାକୁ ଥିବାବେଳେ ବନ୍ଦ ସ୍କୁଲ ଗୁଡିକରେ କିପରି ଗଣେଶ ପୂଜା କରାଯିବ ତାହାକୁ ନେଇ ଆଶଙ୍କା ଦେଖା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ