ଶିକ୍ଷକ ଓ ଅବିଭାବକ ବୈଠକ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ):ରାଜ୍ୟ ସରକାର ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତି ଉଚ୍ଚ ବିଦ୍ୟାଳୟ ରେ ଆଜି ଅବିଭାବକ ଓ ଶିକ୍ଷକ ବୈଠକ କରବା ପାଇଁ ନିର୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିଲା। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅବିଭାବକ,ଶିକ୍ଷକ ଓ ପରିଚାଳନା କମିଟି ମିଳିତରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପକୁମାର ଦଳେଇଙ୍କ ସଭାପତିତ୍ୱରେ ପରିଚାଳନା ହୋଇଥିଲା। ଏଥିରେ ମନଚାସୀନ ଥିଲେ ଶିକ୍ଷକ ମନୋଜକୁମାର ସାହୁକାର, ପ୍ରଦୀପ ପ୍ରଧାନ, କମିଟି ସଦସ୍ୟ ଏଙ୍କେଟେଶ୍ୱର ପାଢ଼ୀ, ଧର୍ମେନ୍ଦ୍ର ବଣୁଆ, ମାନସିଙ୍ଗ ଗରଡ଼ିଆ। ଏଠାରେ ଅଧୟନ କରୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପରେ ଗୁରୁତ୍ୱ ଦିଆଯାଇ ଶିକ୍ଷା ଦାନ କରାଯାଉଛି। ସରକାରଙ୍କ ଶିକ୍ଷା ନୀତି ନିୟମ ଅନୁଯାଇ ଶିକ୍ଷାଦାନ କରି ପ୍ରତିଦିନ ସେମାନ ଗ୍ରହଣ କରିଥିବା ଶିକ୍ଷା ଯାଞ୍ଚ କରାଯାଉଛି ବୋଲି ପ୍ରକାଶ କରିଥିଲେ। ପିଲାଙ୍କୁ ସେକ୍ସନ ମାଧ୍ୟମରେ ଓ ଶିକ୍ଷାରେ କମଥିବା ପିଲାଙ୍କୁ ପୁଷ୍ୟଶିଷ୍ୟ ଗ୍ରହଣ କରି ଅଧିକ ଗୁରୁତ୍ୱ ଦେଇ ଶିକ୍ଷା ଦାନ କରାଯାଉଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଦଳେଇ ଅବିଭାବକ ମାନଂକୁ ବୁଝାଇଥିଲେ। ଅବିଭାବକ ମାନଙ୍କ ମଧ୍ୟରେ ବିଭନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ନିଜନିଜ ପିଲାଙ୍କୁ ମୋବାଇଲ ଠାରୁ ଦୁରେଇ ରଖି ଶିକ୍ଷାଉପରେ ଗୁରୁତ୍ୱ ଦେବାପାଇଁ ଓ ପିଲାଙ୍କ ମାନସିକ ସ୍ତିତିକୁ ଦୃଷ୍ଟି ଦେଇ ସୁଚିନ୍ତିତ ମତାମତ ଦେଲେ ଜଣେ ଛାତ୍ରଛାତ୍ରର ମାନସିକ ଓ ବୌଦ୍ଧିକ ବିକାଶ ହୋଇ ପାରିବ ବୋଲି କମିଟି ସଦସ୍ୱ ଏଙ୍କେଟେଶ୍ୱର ପାଢ଼ୀ ଅବିଭାବକ ମାନଙ୍କୁ ବୁଝାଇଥିଲେ। ଶେଷରେ ପ୍ରଦୀପ ପ୍ରଧାନ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ