ଶିକ୍ଷକ ଓ କୃଷକ ନେତା ବିଭୁତି ପଟ୍ଟନାୟକଙ୍କ ନବମ ବାର୍ଷିକ ସ୍ମୃତି ସଭା

ପାରାଦୀପ ,(ପୀତବାସ ପ୍ରଧାନ): ସ୍ଥାନୀୟ ଅଂଚଳର ସୁନାମଧନ୍ୟ ଶିକ୍ଷକ, ବରିଷ୍ଠ କୃଷକ ଓ ଶିକ୍ଷକ ନେତା ସ୍ୱର୍ଗତ ବିଭୁତି ଭୁଷଣ ପଟ୍ଟନାୟକଙ୍କ ନବମ ବାର୍ଷିକ ଶ୍ରାଦ୍ଧୋତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ତାଙ୍କ ବଳରାମପୁର ସ୍ଥିତ ବାସଭବନରେ ଶେଷ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଅଷ୍ଟମ ପ୍ରହର ନାମ ସଂକୀର୍ତନ, ଡାକ୍ତରଖାନାରେ ରୋଗି ମାନଙ୍କୁ ଫଳ ଓ ବତ୍ସ ବଂଟନ, ସ୍ୱଗୃହରେ ଶ୍ରାଦ୍ଧକ୍ରମ, ଗୀତାପାଠ ଓ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ଏହି ଅବସରରେ ସ୍ମୃତି ସଂସଦର ସଭାପତି ତଥା ସ୍ୱର୍ଗତ ବିଭୁତି ଭୁଷଣଙ୍କ ପୁତ୍ର ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସ୍ମୃତି ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ, ପୂର୍ବତନ ସାଂସଦ ଡା. କୁଳମଣୀ ସାମଲ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ମନୋରଂଜନ ଦାସ, ବରିଷ୍ଠ ନାଗରିକ ବାବୁରାମ ଚୌଧୁରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଭୁତି ଭୁଷଣ ପଟ୍ଟନାୟକଙ୍କ ଜୀବନ ଆଦର୍ଶ, ଲୋକସେବା, ପରୋପକାରୀ ଗୁଣ ଓ କୃଷକ, ଶିକ୍ଷକ ମାନଙ୍କୁ ଦୃଢ ନେତୃତ୍ୱ ସଂପର୍କରେ ଆଲୋପାତ କରି ସ୍ମୃତି ଚାରଣରେ ଅଭିଭାଷଣ ପ୍ରଦାନ କରି ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦୀପ କୁଜଙ୍ଗ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱର୍ଗତ ବିଭୁତି ଭୁଷଣ ପଟ୍ଟନାୟକଙ୍କ ସୁପୁତ୍ର ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ, ଆଇନ୍‌ଜୀବୀ ଶୁସାନ୍ତ ପଟ୍ଟନାୟକ, ସୁବୋଧ ପଟ୍ଟନାୟକ, ସଂଗ୍ରାମ ପଟ୍ଟନାୟକ, ସଂଜିବ ପଟ୍ଟନାୟକ ଓ ବନ୍ଧୁ ପରିଜନ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ