ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ବିରୋଧ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ ) ବ୍ରହ୍ମପୁରରୁ ଛତ୍ରପୁର ଜିଲ୍ଲାଶିକ୍ଷାଧିକାରୀ କାର୍ଯ୍ୟାଳୟ ଛତ୍ରପୁରକୁ ସ୍ଥାନାନ୍ତରିତ ପ୍ରସ୍ତାବକୁ ଜିଲ୍ଲା ମିଳିତ ଶିକ୍ଷକ କର୍ମଚାରୀ ଶିକ୍ଷକ ସମନ୍ୱୟ ସମିତିର ସଭାପତି ହିମାଂଶୁ କୁମାର ପଟ୍ଟନାୟତ ଓ ସଂପାଦକ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଗିରିରୋଡସ୍ଥିତ ଡି.ଇ.ଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା ।ଏହି ଧାରଣାରେ ଭାରତ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ସଂସ୍କାରବାଦର ସଭାପତି ତ୍ରିନାଥ ମହାରଣା, ଗଞ୍ଜାମ ଜିଲ୍ଲା ବିକାଶ ସଂଘର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା , ଓଡିଶା ରାଜ୍ୟ ଅବସରପ୍ରାପ୍ତ ମିଳିତ ଜାତିସଂଘର ସଂପାଦକ ଶ୍ୟାମ ସୁନ୍ଦର ଖାଡଙ୍ଗା , ପୁର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ , ନୂତନ ଅନୁଦାନ ମାଧ୍ୟମ ଶିକ୍ଷକ ସଂଘ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଙ୍ଗଠନର କର୍ମକର୍ତ୍ତା ଓ ଶହ ଶହ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରି ଓଡିଶା ଶିକ୍ଷା ବିଭାଗ ଓ ପ୍ରଶାସନ ବ୍ରହ୍ମପୁରରୁ ଛତ୍ରପୁରକୁ ସ୍ଥାନାନ୍ତତରିତ ପ୍ରସ୍ତାବକୁ ବାତିଲ ଦାବୀ କରିବା ସହ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ଶ୍ରୀହିନ କରିବା ପ୍ରୟାସ କରିବାକୁ ଘୋର ନିନ୍ଦା କରିବାସହ ମାନ୍ୟହବର ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ବାତିଲ କରିବାକୁ ଅନୁରୋଧ କରାଯାଇଛି ।