ଶିକ୍ଷକ ଗୌରବ ସମ୍ମାନ ପାଇଲେ କରଞ୍ଜିଆ ର ୮ ଶିକ୍ଷକ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଂଜ ଜିଲ୍ଲା ବାରିପଦା ସ୍ଥିତ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଶିକ୍ଷକ ଗୌରବ ସମ୍ମାନ ସମ୍ମିଳନୀରେ କରଞ୍ଜିଆ ବ୍ଲକ୍ ର ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନୀତ ହେଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟିକା ତଥା ରାଜ୍ୟ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମରୋଡା ବିଧାୟକ ରାଜକିଶୋର ଦାସ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା,ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ ଦେବାଶିଷ ମାର୍ଣ୍ଡି,ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସମେତ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ କରିଥିବା କିଛି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ତନ୍ମଧ୍ୟରୁ କରଞ୍ଜିଆ ବ୍ଲକ୍ ରୁ ୮ ଜଣଙ୍କୁ ଏହି ସମ୍ମାନ ପ୍ରାପ୍ତ ହେଇଛି। ସମ୍ମାନ ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ହେଲେ ରିତା ମହନ୍ତ, ପ୍ରିୟଦର୍ଶିନୀ ପଟ୍ଟନାୟକ, ନରତ୍ତମ୍ ନାଏକ,ଚନ୍ଦନ କୁମାର ସ୍ବାଇଁ, ନବ କୁମାର ଦାସ, କରୁଣାକର ନାଏକ,ଭକ୍ତୁ ଚରଣ ହେମ୍ବ୍ରମ ଓ ଅବସର ପ୍ରାପ୍ତ ଶିକ୍ଷକ ପୁରନ୍ଦର ହାଂସଦାହ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ