ଶିକ୍ଷକ ଙ୍କ ନାମରେ ଅସାଦାଚରଣ ଅଭିଯୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ୍ ଷୋଳମପୁର ପଂଚାୟତ ଚାଙ୍ଗୁଆ ଗାଁରେ ଜଣେ ମହିଳାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ପ୍ରମୋଦ କୁମାର ସାମଲ ବୃତ୍ତିଗତ ଭାବେ ଜଣେ ଶିକ୍ଷକ ହୋଇଥିବା ବେଳେ ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରିଥିବା ଥାନାରେ ଅଭିଯୋଗ ହୋଇଛି । ଗତ ୯ତାରିଖ ରାତିରେ ଶିକ୍ଷକ ଜଣକ ମହିଳାଙ୍କୁ ଖରାପ ବ୍ୟବହାର କରିଥିବା ସୂଚନା ପାଇ ଗାଁ ରେ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲା । ଏ ନେଇ ମହିଳା ଜଣଙ୍କ ଥାନାରେ ଲିକ୍ଷିତ ଭାବେ ଅଭିଯୋଗ କରିବା ପରେ ପୋଲିସ ୮/୨୨ରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଶିକ୍ଷକ ଫେରାର ଥିବା ସୂଚନା ଦିଆଯାଇଛି ।


