ଶିକ୍ଷକ ଙ୍କ ବଦଳି ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀ ଙ୍କ ଧାରଣା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ତମ୍ପାଳ ପଞ୍ଚାୟତର ଚଢେଇ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଜଗନ୍ନାଥ ମଲ୍ଲିକ ଙ୍କ ବଦଳି ବାତିଲ କରିବା ଦାବି ରେ ସ୍କୁଲ ଗେଟ ସମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଧାରଣା ଦେଇଛନ୍ତି। ଦୀର୍ଘ ବର୍ଷ ହେଲା ଏହି ପୁରାତନ ସ୍କୁଲ ରେ ଉକ୍ତ ଶିକ୍ଷକ ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଛନ୍ତି ।ଏହି ସ୍କୁଲ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରେ ୧୨୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଶିକ୍ଷକ ଜଗନ୍ନାଥ ମଲ୍ଲିକ ଙ୍କୁ ମିଶାଇ ୩ ଜଣ କାର୍ଯ୍ୟରତ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।କିନ୍ତୁ ଏହି ସ୍କୁଲ ରେ ଆହୁରି ଶିକ୍ଷକ ଆବଶ୍ୟକ ଥିବା ବେଳେ ନୂତନ ଶିକ୍ଷକ ନ ଦେଇ ପୂର୍ବରୁ ଥିବା ଶିକ୍ଷକ ଜଗନ୍ନାଥ ମଲ୍ଲିକ ଙ୍କୁ କାହିଁକି କଣ ପାଇଁ ବଦଳି କରାଯାଇଛି ଅଭିଭାବକ ମାନେ ପ୍ରଶ୍ନ କରି ଧାରଣା ଦେଇଛନ୍ତି । ଶିକ୍ଷକ ଜଗନ୍ନାଥ ମଲ୍ଲିକ ଙ୍କ ବଦଳି ବାତିଲ ଦାବିରେ ସ୍କୁଲ ର ଛାତ୍ର ଛାତ୍ରୀ ସହିତ ଅଭିଭାବକ ଓ ମହିଳାମାନେ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ଉକ୍ତ ଶିକ୍ଷକ ଙ୍କ ବଦଳି ଆଦେଶ ପ୍ରତ୍ୟାହାର କରାଯାଇନାହିଁ ସେପର୍ଯ୍ୟନ୍ତ ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।ଏହି ଧାରଣା ରେ ଗ୍ରାମର ଉପେନ୍ଦ୍ର ସାହୁ ,ସମୀର ବିଶ୍ୱାଳ ,ଯୁଧିଷ୍ଠିର ବେହେରା ,ଦୁଷ୍ମନ୍ତ ସାହୁ ,ରବୀନ୍ଦ୍ର ପରିଡା ,ଭାନୁମତି ମାଝୀ ,ଗାୟତ୍ରୀ ସାହୁ , ସୁଜାତା ପ୍ରଧାନ ,ସନାତନ ମହାରଣା ,ଜିତେନ୍ଦ୍ର ବେହେରା ଙ୍କ ସହିତ ଶତାଧିକ ଅଭିଭାବକ ଧାରଣା ଦେଇଛନ୍ତି। ଫଳରେ ବିଦ୍ୟାଳୟ ରେ ପାଠପଢା ହୋଇ ପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ