ଶିକ୍ଷକ ଦମ୍ପତି ଆତ୍ମହତ୍ୟା ନା ହତ୍ୟା ସନ୍ଦେହ ଘେରରେ ଅନଲାଇନ୍ ଗେଇମ ଖେଳରକୁ ପରିଣତି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ଶିକ୍ଷକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ଯାହା ଫଳରେ ସ୍ତ୍ରୀ ଙ୍କ ମୃତ ହୋଇଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ଜଣାପଡିଛି l ମୃତ ସ୍ତ୍ରୀ ଜଣଙ୍କ ହେଲେ ଡେଙ୍ଗାଡି ଗ୍ରାମର ନିଳେନ୍ଦ୍ରି ମହାନ୍ତି, ଗୁରୁତର ସ୍ବାମୀ ଜଣଙ୍କ ହେଲେ ଜୟସେନ ମହାନ୍ତି l ସୂଚନା ଯୋଗ୍ୟ ଜୟସେନ ମହାନ୍ତି ଆଜକୁ ପ୍ରାୟ ୨ ବର୍ଷ ତଳେ ଶେରଗଡ଼ ଥାନା ଠୁରୁବୁରାଇ ଗ୍ରାମର ନିଳେନ୍ଦ୍ରି ମହାନ୍ତି ଙ୍କୁ ବିବାହ କରିଥିଲେ l ଜୟସେନ ମହାନ୍ତି ଶେରଗଡ଼ ବ୍ଲକ କାଚଖଣ୍ଡି ବିଦ୍ୟାଳୟ ରେ ଶିକ୍ଷକତା କରୁଥିବା ବେଳେ ନିଳେନ୍ଦ୍ରି ମହାନ୍ତି କଳାହାଣ୍ଡି ର ରାମପୁର ବିଦ୍ୟାଳୟ ରେ ଶି କ୍ଷକତା କରୁଥିଲେ l ବିବାହର କିଛି ମାସ ପରେ ଉଭୟ ଙ୍କ ମଧ୍ୟରେ ଛୋଟ ଛୋଟ କଥା କୁ ନେଇ ଝଗଡ଼ା ଲାଗି ରହୁଥିବା ବେଳେ ଜୟସେନ ଅନଲାଇନ୍ ଗେମ୍ ରେ ବ୍ୟସ୍ତ ରହୁଥିବା ରୁ ଉଭୟ ଙ୍କ ମଧ୍ୟରେ ଝଗଡ଼ା ହେଉଥିଲା l ଉଭୟ ଙ୍କ ପରିବାର ଲୋକ ଝଗଡ଼ା ବିଷୟରେ ଜାଣିବାକୁ ପାଇ ବୁଝାସୁଝା କଲେ ମଧ୍ୟ କୌଣସି ସୁଫଳ ହୋଇପାରିନଥିଲା l ରବିବାର ବିଳମ୍ବିତ ରାତ୍ର ଉଭୟ ଜୟସେନ ଓ ନିଳେନ୍ଦ୍ରି ଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ସୋମବାର ଭୋରୁ ବନ୍ଦ ଘରୁ ନିଳେନ୍ଦ୍ରି ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଥିବା ବେଳେ ଜୟସେନ ର ଶରୀର ବିଭିନ୍ନ ଯାଗାରେ ଆଘାତ ଲାଗିଥିଲା l ଏହା ସାହି ପୋଡଶି ଦେଖି ଜାଣିବା ପରେ ଜୟସେନ କୁ ଉଦ୍ଧାର କରି ବ୍ରହ୍ମପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ l ଖବର ପାଈ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ମୃତ ର ପ୍ରକୃତ କାରଣ ଜଣା ପଡିନଥିବା ହେତୁ ସାଇଣ୍ଟଫିକ ଟିମ ଓ ସନ୍ଧାନି କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା କୁ ପଠାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ