ଶିକ୍ଷକ ଧାରଣା ପାଇଁ ପୁଲିସ୍ ଅନୁମତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଧାନସଭାର ଚଳିତ ଅଧିବେଶନ ସମୟରେ ସେପ୍ଟେମ୍ବର ୨୬ ତାରିଖ ଦିନ ଏକ ଧାରଣା ସଂଗଠିତ ପାଇଁ ଭୁବନେଶ୍ୱର ପୁଲିସ୍ ପାଖରେ ଆବେଦନ କରାଯାଇଥିଲେ ମଧ୍ୟ ପୁଲିସ୍ ଅନୁମତି ପ୍ରଦାନ କରିବାକୁ ପ୍ରତ୍ୟାଖାନ କରିବା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଏବଂ ନିନ୍ଦନୀୟ ଅଟେ । ଏପରିିକି ଏକ ବିକଳ୍ପ ଦିବସରେ ଧାରଣା କରିବା ପାଇଁ ପିଷ୍ଟା ତରଫରୁ ଅନୁରୋଧ କରାଯାଇଥିଲେ ମଧ୍ୟ ତାକୁ ପ୍ରତ୍ୟାଖାନ କରାଯାଇଛି ।ପ୍ରାଥମିକ ଶିକ୍ଷକମାନଙ୍କ ଯୁକ୍ତିଯୁକ୍ତ ଦାବିକୁ ସରକାରଙ୍କ ପାଖରେ ଦୃଢତାର ସହିତ ଉପସ୍ଥାପନ କରିବା ପାଇଁ ଗଣଧାରଣାରେ ବସିବା ଏକ ଆଇନଗତ ଅଧିକାର ଅଟେ । ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ଅଧ୍ୟାୟରେ ନାଗରିକମାନଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି । ଆମେ ଆଶା କରୁଛୁ, ଭୁବନେଶ୍ୱର ପୁଲିସ୍ ସମ୍ବିଧାନର ମୌଳିକ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ କରି ଶିକ୍ଷକମାନଙ୍କୁ ଧାରଣା ପାଇଁ ଅନୁମତି ଦେବାକୁ ଆମେ ଦାବି କରୁଛୁ ।