ଶିକ୍ଷକ ନିଯୁକ୍ତିରେ ବୈମାତୃକ ମନୋଭାବକୁ ନେଇ ଅସନ୍ତୋଷ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବିପି ହାଇସ୍କୁଲରେ ୧୨ବର୍ଷ ଧରି ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ବାରମ୍ବାର ଅନୁରୋଧ ସତ୍ତ୍ୱେ ବି ଶିକ୍ଷା ବିଭାଗର ଅଧିକାରୀ ମାନେ ଶିକ୍ଷକ ନିଯୁକ୍ତି କରାଇଲେ ନାହିଁ । ଯାହାକୁନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାସହ ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ, କେନ୍ଦୁଝର ଜିଲ୍ଲାପାଳ, ଶିକ୍ଷା ସଚିବ, ଶିକ୍ଷାମନ୍ତ୍ରୀ ଓ ୫ଟି- ସଚିବଙ୍କୁ ଲିଖିତ ଭାବେ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ବିଦ୍ୟାଳୟଟି ଜିଲ୍ଲାର ଏକ ସର୍ବ ପୁରାତନ ବିଦନ୍ୟାଳୟ ଭାବେ ପରିଚିତ ଥିବାବେଳେ ଏହା ତିନୋଟି ଖଣି ଅଞ୍ଚଳର ମଧ୍ୟସ୍ଥଳରେ ଅବସ୍ଥିତ । ଏଠାରେ ୪୨୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏବେ ଏହି ସ୍କୁଲକୁ ସରକାରଙ୍କ ୫-ଟି ଯୋଜନାରେ ସାମିଲ କରାଯାଇଛି । ବିଦ୍ୟାଳୟର କିରାଣୀ ଗତ ୨୦୦୭ମସିହାରୁ ଅବସର ନେଇଥିବାବେଳେ ସିବିଜେଡ ଓ ପିସିଏମ ଶିକ୍ଷକ ଦୀଘଦିନ ହେବ ଖାଲି ପଡିଛି । ଚଳିତବର୍ଷ ନବମରେ ୧୮ଜଣ ଓ ଦଶମରେ ୧୧ଜଣ ଛାତ୍ରଛାତ୍ରୀ ହିନ୍ଦି ଭଳି ଶିକ୍ଷାକୁ ଗ୍ରହଣ କରିଥିବାବେଳେ ଏଠାରେ ୧୨ବର୍ଷ ହେଲା ହିନ୍ଦି ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଛାତ୍ରଛାତ୍ରୀମାନେ ଆବଶ୍ୟକ ଶିକ୍ଷାଲାଭରୁ ବଞ୍ଚିତ ହୋଇ ଆସୁଛନ୍ତି । ଏନେଇ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇ ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇ ଆସୁଥିଲେବି ଉଚ୍ଚ କର୍ତ୍ତୁପକ୍ଷଙ୍କ ବୈମାତୃକ ମନୋଭାବ ଯୋଗୁଁ ତାହା ପୁରଣ ହୋଇ ପାରୁନି । ପାଖ ପଡୋଶୀ ସ୍କୁଲରେ ଗତ ୨/୩ମାସ ତଳେ ହିନ୍ଦି ଶିକ୍ଷକ ଅବସର ନେଇଥିବାବେଳେ ସେଠାରେ ଏବେ ଶିକ୍ଷକ ନିଯୁକ୍ତି କରାଯାଉଥିବାବେଳେ ବିପି ହାଇସ୍କୁଲ ପ୍ରତି ବିଭାଗୀୟ କର୍ତ୍ତୁପକ୍ଷଙ୍କ ଅଣଦେଖାକୁ ଗ୍ରାମବାସୀମାନେ ତୀବ୍ର ନିନ୍ଦା କରିଛନ୍ତି । ଯେଉଁଠି ଆଦୌ ହିନ୍ଦି ବିଷୟରେ ଶିକ୍ଷାଲାଭ ପାଇଁ ଛାତ୍ରଛାତ୍ରୀ ନାହାନ୍ତି ସେଠାରେ ଶିକ୍ଷକ ନିଯୁକ୍ତି ଦିଆଯାଉଛି କିନ୍ତୁ ଏଠି ୨୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେବି ଏଠାରେ ନିଯୁକ୍ତି ଦିଆନଯିବାର କାରଣ କଣ ବୋଲି ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଖମାରୀ, ପରିଚାଳନା କମିଟି ସଭାପତି ସତ୍ୟବ୍ରତ ପଢ଼ିଆରୀ, ଉପସଭାପତି ତପସ୍ୱିନୀ ମହାରଣା, ସଦସ୍ୟ ସିନ୍ଧି ନାଇକ, ମିନି ହୋ, ଭଗବାନ ମାଝୀ, ଅଞ୍ଜନ କୁମାର ପେଡା, ସୁଲୋଚନା ନାଇକ, ବିଷ୍ଣୁପଦ ମହାରଣା, କାଳନ୍ଦୀ ଖଣ୍ଡା, ଭୀମସେନ ପାତ୍ର, ରୀନା ପାତ୍ର, ଚନ୍ଦ୍ରିକା ନାଇକ, ଅନନ୍ତ ଚରଣ ରାଉତ, ବିଜୟ ପାତ୍ର, ସଞ୍ଜୁଲତା ପାତ୍ର, ରତ୍ନମଣୀ ସାହୁ, କୃଷ୍ଣଚନ୍ଦ୍ର ପାତ୍ର, ଇତିଶ୍ରୀ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ବିଦ୍ୟାଳୟରେ ବିଜ୍ଞାନ ଓ ହିନ୍ଦି ଶିକ୍ଷକ ନିଯୁକ୍ତି ଦେବାନେଇ ସେମାନେ ଜିଲ୍ଲା ଶିକ୍ଷା ଅଧିକାରୀ, କେନ୍ଦୁଝର ଜିଲ୍ଲାପାଳ, ଶିକ୍ଷା ସଚିବ, ଶିକ୍ଷାମନ୍ତ୍ରୀ ଓ ୫ଟି- ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଯଦି କୌଣସି ପ୍ରତିକାର କରାନଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ