ଶିକ୍ଷକ ନେତାଙ୍କ ମୃତ୍ୟୁରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଶୋକସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଭୁବନେଶ୍ୱର ସଂଗ୍ରାମ ଭବନରେ ଦିବା ୧୧ ଘଟିକା ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗତ ୩ ତାରିଖ ଦିନ ଗଣଶିକ୍ଷକ ମହାସଂଘର ଆନ୍ଦୋଳନ ଚାଲିଥିବା ସମୟରେ ମୟୁରଭଞ୍ଜ ଜିଲ୍ଲା ଏକ୍ସ କ୍ୟାଡ଼ର ଗଣଶିକ୍ଷକ ସଂଘର ଜିଲ୍ଲା ସଭାପତି ନିରଞ୍ଜନ ବାରିକ ଶିକ୍ଷକମାନଙ୍କର ସମସ୍ୟା ସମ୍ପର୍କରେ ଭାଷଣ ଦେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସଂଘ ତରଫରୁ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ବାରିକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ତାଙ୍କ ପରିବାରର ଜଣଙ୍କୁ ଚାକିରୀ ପ୍ରଦାନ କରିବାକୁ ଦାବୀ କରାଯାଇଥିଲା । ସଂଘ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା ଯେ, ପ୍ରାଥମିକ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରନ୍ତୁ । ତା ନହେଲେ ଆହୁରି ଅନେକ ଶିକ୍ଷକ ଆନ୍ଦୋଳନ କରି ଅକାଳରେ ମୃତ୍ୟୁବରଣ କରିବେ । ସଂଘର ତରଫରୁ ମୃତ୍ୟୁବରଣ କରିଥିବା ସ୍ୱର୍ଗତ ବାରିକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଗଣଶିକ୍ଷକମାନଙ୍କର ସମସ୍ୟା ସମାଧାନ କରିବାକୁ ସଂଘ ତରଫରୁ ଦାବୀ କରାଯାଇଥିଲା । ଏହି ଶୋକସଭାରେ ରାଜ୍ୟ ସଭାପତି ସୁଶାନ୍ତ କୁମାର ବେହେରା, ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, ମହାସଚିବ ଜାମିନୀକାନ୍ତ ପଣ୍ଡା, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ମହାପାତ୍ର, ପ୍ରଦ୍ୟୁମ୍ନ ଜାଲ, କେଶବ ଚନ୍ଦ୍ର ସାହୁ, ଉତ୍ତମ କୁମାର ଦାସ, ନିରୋଦ ଦାସମହାପାତ୍ର, ଗୋପାଳ ସ୍ୱାଇଁ ପ୍ରମୁଖ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ