ଶିକ୍ଷକ ନେତା ପୁରୁଷୋତ୍ତମ ପ୍ରଧାନଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ କାନକୁଟୁରୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ନେତା ପୁରୁଷୋତ୍ତମ ପ୍ରଧାନ ଜୁଲାଇ ୩୧ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ପ୍ରଧାନଙ୍କ ପ୍ରୋଭିଜନାଲ ପେନସନ ପତ୍ର ଦେବାସହ ଏବିଇଓ ସୀମାଞ୍ଚଳ ସେଠୀ ସମ୍ବର୍ଦ୍ଧିତ କରିଥିଲେ। ମିଳିତ ଶିକ୍ଷକ ସଂଘ ପକ୍ଷରୁ ମନୋରଞ୍ଜନ ଦାଶ, ନଗେନ୍ଦ୍ର ଷଡଙ୍ଗୀ, ପିତାମ୍ବର ଗୌଡ଼, ସନ୍ତୋଷ କୁମାର ପାତ୍ର, ସନ୍ତୋଷ କୁମାର ସେଠୀ ପ୍ରମୁଖ ବହୁ ଶିକ୍ଷକ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନଙ୍କ ଅବସର ଜୀବନ ଶାନ୍ତିରେ କାଟିବାକୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକ ସଂଘ ନେତୃ ମଣ୍ଡଳୀ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ